ତାଳଚେର ତା ୦୨/୦୪ ତାଳଚେର ବଅଁରପାଳ ଦେଇ ଯାଇଥିବା ଜାତୀୟ ରାଜପଥ ବହ୍ଲର ଛକ ଟ୍ରାଫିକ ପୋଲିସ୍ ପୋଷ୍ଟଟି ଏବେ ବିପର୍ଯ୍ୟସ୍ତ ଓ ବିପଦମୁଖୀ ଅବସ୍ଥାରେ ରହିଛି । ଏହି ଜାତୀୟ ରାଜପଥ ଦେଇ ନେତା, ମନ୍ତ୍ରୀ, ତନ୍ତ୍ରୀ, ଯନ୍ତ୍ରୀ ପ୍ରଶାସନୀକ ଅଧିକାରିମାନେ ଦୈନନ୍ଦିନ ଯାତୟତ କରୁଥିବା ବେଳେ ତାହା କିପରି ଭାବେ ଏଥିପ୍ରତି ଦୃଷ୍ଟି ପଡ଼ୁନଥିବା ପରିତାପର ବିଷୟ! ଏହି ଟ୍ରାଫିକ ପୋଲିସ୍ ପୋଷ୍ଟଟି ଦୀର୍ଘଦିନରୁ ଭଙ୍ଗା ଓ ଅଧାଗଢ଼ା ଅବସ୍ଥାରେ ରହିଥିବାରୁ ଏହାର ଛାତରୁ ଟିଣ ସାମନ୍ୟ ଲଟକି ରହିଥିବା ବେଳେ ଏଥିରେ ବ୍ୟବହୃତ ହୋଇଥିବା ପାଇପ୍ ପୋଲଟି କଳଙ୍କି ଖାଇ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି । ଫଳରେ ସେଠାରେ କାର୍ଯ୍ୟରତ ଟ୍ରାଫିକ ପୋଲିସ୍ ଖୋଲା ଆକାଶ ତଳେ ରହି ଖରାବର୍ଷାରେ ଧୂଳିଧୂଆଁ ଖାଇ ନିଜଜୀବନକୁ ବାଜି ଲଗାଇ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରିଥାଏ । ଏଡି ରାଜପଥରେ ଦୈନନ୍ଦିନ ସହସହ ସଂଖ୍ୟକ ଯାନବାହାନ ଚଳାଚଳ କରିଥାଏ । ସେଥିନେଇ ଏହି ଟ୍ରାଫିକ ପୋଷ୍ଟଟି ନିତ୍ୟାନ୍ତ ଜରୁରି ହୋଇଥିବା ବେଳେ ଏହାର ପୁନରୁଉଦ୍ଧାର କାହିଁକି ଯେ, କରାଯାଉ ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ସ୍ଥାନୀୟ ପ୍ରଶାସନ କିପରି ଭାବେ ଏହାକୁ ଦେଖି ନିରବଦ୍ରଷ୍ଟା ସାଜିଛି ଥିବା ଦୁର୍ଭଗ୍ୟ ଜନକ ବିଷୟ ହୋଇଛି ।
