Odisha news

ଇକୋ ରିଟ୍ରିଟ୍ ନିକଟରେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ , ସମସ୍ୟା ଭୋଗୁଛନ୍ତି ଜନସାଧାରଣ ଓ ପର୍ଯ୍ୟଟକ

0

କୋଣାର୍କ,୨୨/୧୨: ପର୍ଯ୍ୟଟନ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ସଂଲଗ୍ନ ବେଳାଭୂମିରେ ଇକୋ ରିଟ୍ରିଟ ଆୟୋଜନ କରାଯାଇଥିବାବେଳେ ଏହା ଆସନ୍ତା ଫେବୃୟାରୀ ମାସ ପର୍ଯ୍ୟନ୍ତ ଚାଲିବ । ମାତ୍ର ଏବେ ପର୍ଯ୍ୟଟନ ଋତୁ ଚାଲୁଥିବା ଯୋଗୁଁ ଇକୋ ରିଟ୍ରିଟ ଦେଖିବା ଲାଗି ହଜାର ହଜାର ପର୍ଯ୍ୟଟକ ଅଟକୁଥିବାବେଳେ ରାସ୍ତା ଦୁଇ ପାଶ୍ୱର୍ରେ ଗାଡ଼ି ପାର୍କିଂ କରୁଛନ୍ତି । ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ସରକାରୀ ଭାବେ କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କ ଲାଗି ପାର୍କିଂର ବ୍ୟବସ୍ଥା କରାଯାଇନଥିବା ଯୋଗୁଁ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଅପରପକ୍ଷେ ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ପୋଲିସ୍ କର୍ମଚାରୀ ନିୟୋଜିତ ହେଉନଥିବା ଯୋଗୁଁ ବିଭିନ୍ନ ସମୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଥିବା ଯୋଗୁଁ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ସମସ୍ୟାର ସମାଧାନ ଲାଗି ପୁରୀ ଜିଲାପାଳ ଓ ଏସ୍ପି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

IEC 2 years
Leave A Reply