ନୂଆଦିଲ୍ଲୀ : ପରିବହନ ମନ୍ତ୍ରଣାଳୟ ନୂଆ ନୋଟିସ୍ ଜାରୀ କରିଛି , ଯାହା ଅନୁସାରେ ରାଜ୍ୟ ପ୍ରବର୍ତ୍ତନ ଏହେନ୍ସି କୁ ଟ୍ରାଫିକ ନିୟମର ଉଲଂଘନ ସମ୍ବନ୍ଧିତ ଅପରାଧ ହେବାର ୧୫ ଦିନ ମଧ୍ୟରେ ଅପରାଧୀକୁ ନୋଟିସ୍ ପଠାଇବାକୁ ପଡ଼ିବ । ଚାଲାଣ ସହିତ ସମସ୍ତ ତଥ୍ୟ ଇଲେକଟ୍ରୋନିକ୍ସ ରେକର୍ଡ ସଂଗୃହିତ କରାଯିବ । ଏହାର ଅର୍ଥ ବର୍ତ୍ତମାନ୍ ଟ୍ରାଫିକ ନିୟମ ଉଲଙ୍ଘନ କଲେ ପୋଲିସ କର୍ମୀ କେବଳ ଫଟୋ ଉଠାଇ ଆପଣଙ୍କ ନିକଟକୁ ଚାଲାଣ ପଠାଇ ପାରିବେ ନାହିଁ , ବର୍ତ୍ତମାନ୍ ଚାଲାଣ କରିବା ପାଇଁ ତାଙ୍କୁ ଇଲେକ୍ଟ୍ରୋନିକ ମେସିନ ର ଆବଶ୍ୟକତା ପଡ଼ିବ ।
ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ଦ୍ବାରା ଇଲେ୍ଟ୍ରୋନିକ୍ସ ମନିଟରିଂ ଓ ସଡ଼କ ସୁରକ୍ଷା ପ୍ରବର୍ତନ୍ ପାଇଁ ସଂଶୋଧିତ ମୋଟର ବାହାନ ଅଧିନିୟମ ୧୯୮୯ ଅନୁସାରେ ନୋଟିସ୍ ଜାରୀ କରିଛି । ଏଥିରେ ଚାଲାଣ ଜାରୀ କରିବା ପାଇଁ ଇଲେ୍ଟ୍ରୋନିକ୍ସ ଉପକରଣ ର ବ୍ୟବହାର କରାଯିବା ପାଇଁ କୁହାଯାଇଛି । ମନ୍ତ୍ରାଳୟ ଟୁଇଟ ମାଧ୍ୟମରେ କହିଛି ଯେ ଅପରାଧ ହେବାର ୧୫ ଦିନ ମଧ୍ୟରେ ଚାଲାଣ ପଠାଯିବ । ଏହି ସମସ୍ତ କାର୍ଯ୍ୟ ଇଲେ୍ଟ୍ରୋନିକ୍ସ ମେସିନ ଜରିଆରେ ହେବ ।
ନୂଆ ନିୟମ ଅନୁସାରେ ଟ୍ରାଫିକ ନିୟମ ପାଳନ କରିବା ପାଇଁ ଇଲେକ୍ଟ୍ରୋନିକ ଉପକରଣ ର ବ୍ୟବହାର କୁ ଗୁରୁତ୍ଵ ଦିଆଯିବ । ଏହି ନୋଟିସ ରେ ସମସ୍ତ ରାଜ୍ୟ ସରକାରଙ୍କୁ କୁହାଯାଇଛି ଯେ ରାଷ୍ଟ୍ରୀୟ ମାର୍ଗ , ଜାତୀୟ ରାଜପଥ ଓ ସମସ୍ତ ବ୍ୟସ୍ତ ବହୁଳ ସଡ଼କ ରେ ଏହି ମେସିନ ଲଗାଯିବ । ଯାହାଦ୍ଵାରା ଗାଡ଼ି ଗୁଡ଼ିକ ର ବେଗ , ଓଜନ ଓ ନିୟମ ଉଲଙ୍ଘନ ବିଷୟରେ ସମସ୍ତ ବିବରଣୀ ମିଳି ପାରିବ ।
କେଉଁ ସ୍ଥାନରେ ଆପଣ ଚାଲାଣ ଦେବେ –
ଓଭର ସ୍ପିଡ , ନୋ ପାର୍କିଂ ସ୍ଥାନରେ ଗାଡ଼ି ପାର୍କିଂ କରିବା , ଡ୍ରାଇଭର କିମ୍ବା ପସେଞ୍ଜର ଙ୍କ ଦ୍ଵାରା ନିୟମ ଉଲଂଘନ , ଦୁଇ ଚକିଆ ଜାନରେ ହେଲମେଟ ନ ପିନ୍ଧିବା , ରେଡ୍ ଲାଇଟ୍ ଅତିକ୍ରମ କରିବା , ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର , ଓଭର ଲୋଡ , ମାଲ ପରିବହନ ଗାଡ଼ିରେ ପଶେଞ୍ଜର ନେବା , ନମ୍ୱର୍ ପ୍ଲେଟ ଠିକ୍ ଭାବରେ ନଦିଶିବା , ଅଧିକ ଉଚ୍ଚର୍ ଗାଡ଼ି ରେ ମାଲ ବୋଝେଇ ହେବା , ସିଟ ବେଲ୍ଟ ନ ପିନ୍ଧିବା ଇତ୍ୟାଦିକୁ ନେଇ ଆପଣ ଚାଲାଣ ଭରି ପାରନ୍ତି ।
Comments are closed.