Odisha news

ଲାଗୁ ହେଲା ନୂଆ ନିୟମ : ବର୍ତମାନ ଟ୍ରାଫିକ ପୋଲିସ ଆଉ ଆପଣଙ୍କ ବାହନକୁ ଅଟକାଇ ପାରିବ ନାହିଁ

ନୂଆଦିଲ୍ଲୀ : ବର୍ତ୍ତମାନ  ଆଉ ଟ୍ରାଫିକ ପୋଲିସ ଗାଡି ଗୁଡିକର ଚେକିଂ କରି ପରିବେନାହିଁ l ନୂଆ ଶର୍କୁଲାର ନିୟମ ଅନୁସାରେ ଟ୍ରାଫିକ ପୋଲିସ ଯେଉଁଠି ଆବଶ୍ୟକତା ନାହିଁ ସେଠାରେ କୌଣସି ପ୍ରକାରର ଯାଞ୍ଚ କରିବେ ନାହିଁ ,ସେ କେବଳ ଟ୍ରାଫିକ ନିୟମକୁ ମନିଟରିଂ କରିବେ ଓ ଏହା ଉପରେ ଫୋକସ କରିବେ କି ଯେପରି ଟ୍ରାଫିକ ସୁରୁଖୁରୁ ରେ ଚାଲିବ l ସେତେବେଳେ ଟ୍ରାଫିକ କୁ ଅଟକାଇବେ ଯେତେବେଳେ ତାଙ୍କୁ ଲାଗିବ ଯେ ସେ ଟ୍ରାଫିକ ନିୟମ ଉଲଂଘନ କଲେ l

ଅଧିକାଂଶ ସମୟରେ ଦେଖାଯାଇଛି ଯେ ଟ୍ରାଫିକ ପୋଲିସ କେବଳ ସନ୍ଧେହ ଆଧାରରେ ଯେ କୌଣସି ସ୍ଥାନରେ ଗାଡି ଅଟକାଇ ଥାଆନ୍ତି ଓ ଯାଞ୍ଚ କରିବାକୁ ଆରମ୍ଭ କରି ଦେଇଥାଆନ୍ତି l ଯାହାଦ୍ୱାରା ସେହି ସଡକର ଟ୍ରାଫିକ ପ୍ରଭାବିତ ହୋଇ ଥାଆନ୍ତି l ଜାରି କରାଯାଇଥିବା ଏହି ଶର୍କୁଲାର ରେ ପୋଲିସ ଙ୍କୁ ଯାଞ୍ଚ କରିବାର ନିର୍ଦେଶ ଦିଆ ଯାଇଛି l ଯଦି ମୋଟର ଚାଳକ  ଯାତାୟାତ ନିୟମକୁ ଉଲଂଘନ କରୁଛନ୍ତି ତେବେ ,ତେବେ ତାଙ୍କୁ ଯାତାୟାତ ପୋଲିସ ମୋଟର ବାହାନ ଅଧି ନିୟମ ଅନୁସାରେ ଆରୋପ ଲଗାଯାଇ ପାରିବ l

ସେ କୌଣସି ପ୍ରକାରର ଯାଞ୍ଚ ରେ ସାମିଲ ହେବେ ନାହିଁ l ଯଦି ସେଭଳି କୌଣସି ଯାଞ୍ଚ ରହୁଛି ତେବେ ସ୍ଥାନୀୟ ପୋଲିସ ସେ ବିଷୟରେ ଯାଞ୍ଚ କରିବ ଓ ତା ସହିତ ଟ୍ରାଫିକ ନିୟମ ଉଲଂଘନ କରିବାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ l ଯଦି ଏହି ନିୟମକୁ କଠୋର ଭାବରେ ଲାଗୁ କରାଯିବ ନାହିଁ ତେବେ ଯାତାୟାତ ପୋଲିସ ର ବରିଷ୍ଠ ନିରୀକ୍ଷକ ଙ୍କୁ ଦୋଷ ଦିଆଯିବ l ପୂର୍ବଭଳି ଟ୍ରାଫିକ ନିୟମ ଉଲଂଘନ କାରୀଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବ l

Shares