ଧାମନଗର : Basudev Tripathy: ଧାମନଗର ତହସିଲ ଅଞ୍ଚଳରେ ବାଲି ଓ ମାଟି ମାଫିଆଙ୍କ ଦୌରାତ୍ମ୍ୟ ଦିନ କୁ ଦିନ ବଢି ଚାଲିଥିବା ବେଳେ ରାଜସ୍ୱ ନିରୀକ୍ଷକ ମାନେ ସବୁ ଜାଣି ନଜାଣିଲା ଭଳି କାର୍ଯ୍ୟ କରୁଛନ୍ତି । ରାଜସ୍ୱ ଆଦାୟ ବାହାନାରେ ନାମକୁ ମାତ୍ର ଜୋରିମାନା କାଟି ଏହି ବାଲି ମାଟି ମାଫିଆ ମାନଙ୍କୁ ଛାଡି ଦେଉଛନ୍ତି । ମାତ୍ର ବହୁ ବୁଦ୍ଧିଜୀବୀ ମାନଙ୍କ ଅଭିଯୋଗରେ ଧାମନଗର ତହସିଲଦାର ଏବେ ସେମାନଙ୍କୁ ଧରି ଏହି ବେଆଇନ କାରବାରକୁ ରୋକ୍ ଲଗାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ।
ଆଜି ଭଦ୍ରକ- ଷେଣ୍ଢପୁର ମୁଖ୍ୟ ରାସ୍ତାର ଦୋବଲ ନିକଟରେ ସରକାରୀ ଜମିରୁ ବେଆଇନ ଭାବେ ମାଟି ଉଠାଯାଉଥିବା ଖବର ପାଇଁ ଧାମନଗର ତହସିଲଦାର ରାଧାକାନ୍ତ ବାରିକ ଘଟଣା ସ୍ଥଳରେ ପହଞ୍ଚô ଏକ ଜେସିବିକୁ ଜବତ କରିଛନ୍ତି । ସେହିପରି ଦଳାଙ୍ଗ ପଞ୍ଚାୟତ ବିରୁହାଁ ଠାରେ ଗୁରୁବାର ସକାଳେ ଏକ ଜେସିବି ଲଗାଇ ୬ଟିରୁ ଉଦ୍ଧ୍ୱର୍ ଟ୍ରାକ୍ଟରେ ମାଟି ଉଠାଯାଉଥିବା ବେଳେ ଖବର ପାଇ ତହସିଲଦାର ଶ୍ରୀ ବାରିକ ସେଠାକାର ଆରଆଇକୁ ପଠାଇଥିଲେ । ମାତ୍ର ଆରଆଇ କମଳାକାନ୍ତ ବେହେରା ସେଠାରେ ପହଞ୍ଚôବା ବେଳେକୁ ଟ୍ରାକ୍ଟର ଓ ଜେସିବିକୁ ନେଇ ଲୋକେ ଖସି ପଳାଇଥିଲେ ।
ଗୁରୁବାର ଅପରାହ୍ନରେ ଧାମନଗର ହାଜିପୁର ମୌଜାର ପାଟରୁ ଜେସିବି ଓ ଟ୍ରାକ୍ଟର ଲଗାଇ ମାଟି ଉଠାଯାଉଥିବା ଖବର ପାଇ ତହସିଲଦାର ଧାମନଗର, ଦଳାଙ୍ଗ ଓ ରଇପୁର ଆର.ଆଇ ମାନଙ୍କୁ ସେଠାକୁ ପଠାଇଥିଲେ । ମାତ୍ର ମାଟି ଉଠାଉଥିବା ମାଫିଆ ମାନେ ତହସିଲ ଜିପ୍କୁ ଟ୍ରାକ୍ଟର ଦ୍ୱାରା ଆଡା ପକାଇ ଆରଆଇ ମାନଙ୍କୁ ବାଟରେ ଅଟକାଇ ଖସି ପଳାଇଥିଲେ ।
ତେବେ ସେଥି ମଧ୍ୟରୁ ଗୋଟିଏ ଟ୍ରାକ୍ଟର ବିଲରେ ଓଲିଟିପଡିଥିବା ବେଳେ ଅନ୍ୟଏକ ଟ୍ରାକ୍ଟରକୁ ସେମାନେ ଜବତ କରିଥିବା ଜଣାଯାଇଛି । ଧାମନଗର ଅଞ୍ଚଳର ଏହି ବାଲି ଓ ମାଟି ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଛି ।