ବିଶ୍ୱର ସମସ୍ତ ଦେଶାଂକୁ ଟ୍ରେଡ଼ ଭୟ ଦେଖାଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କୁ ଟାରିଫ କୁ ନେଇ ଆମେରିକାର ଗୋଟିଏ ଫେଡେରଲ କୋର୍ଟ ରୁ ବଡ଼ ଝଟକା ମିଳିଛି l କୋର୍ଟ ନିଜ ଏମର୍ଜେନ୍ସି ପାୱାର ର ବ୍ୟବହାର କରି ଲିବରେସନ ଡେ ଟାରିଫ ଉପରେ ରୋକ ଲଗାଯାଇଛି l କୋର୍ଟ ପକ୍ଷରୁ ଏହାକୁ ସମ୍ବିଧାନ ବାହାରର ଓ ରାଷ୍ଟ୍ରପତି ଙ୍କ ଅଧିକାର ବାହାର କାର୍ଯ୍ୟ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି l
ସୂଚନା ଯୋଗ୍ୟ ଯେ ରାଷ୍ଟ୍ରପତି ଟ୍ରମ୍ପ ଙ୍କ ପକ୍ଷରୁ ସେହି ଦେଶ ଙ୍କ ବିରୁଦ୍ଧରେ ଟାରିଫ ଲଗାଇବାକୁ ନିର୍ଦେଶ ଦିଆଯାଇଥିଲା, ଯେଉଁ ଦେଶ ମାନେ ଆମେରିକାରୁ ରପ୍ତାନି ଜିନିଷ ଉପରେ ଅଧିକ ଟ୍ୟାକ୍ସ ଲଗାଇଥାଆନ୍ତି l ଯେବେକି ଆମେରିକା କୁ ରପ୍ତାନି ଜିନିଷ ଉପରେ ସେହି ଦେଶ ଉପରେ କମ ଟ୍ୟାକ୍ସ ଲଗାଯାଉଛି l ଟ୍ରମ୍ପ ଙ୍କ ପଦକ୍ଷେପ କୁ ଲିବରେସନ ଡେ ଟାରିଫ କୁହାଯାଉଛି l ଯାହାକୁ ୨ ଅପ୍ରେଲ ରେ ଆରମ୍ଭ ହୋଇଛି l
କିନ୍ତୁ ଟ୍ରମ୍ପ ଙ୍କ ଏହି ନିଷ୍ପତି କୁ କୋର୍ଟ ଙ୍କ ପକ୍ଷରୁ ଚ୍ୟାଲେଞ୍ଜ ମିଳିଛି, ଏବଂ ଏହାପରେ କୋର୍ଟ ପକ୍ଷରୁ ଟ୍ରମ୍ପ ଙ୍କୁ ଝଟକା ମିଳିଛି, କୋର୍ଟ ଙ୍କ ପକ୍ଷରୁ କୁହାଯାଇଛି ଯେ ବିଦେଶୀ ବ୍ୟବସାୟ ପଲିସୀ କୁ ପ୍ରସ୍ତୁତ କରିବା ପାଇଁ ଆମେରିକା ସମ୍ବିଧାନ ରେ କେବଳ କଂଗ୍ରେସ ର ରହିଛି l ନା କି ଆମେରିକା ରାଷ୍ଟ୍ରପତି ଙ୍କର , ତେଣୁ ରାଷ୍ଟ୍ରପତି ଟ୍ରମ୍ପ ଙ୍କ ପକ୍ଷରୁ ଲଗାଯାଇଥିବା ଟାରିଫ କୌଣସି ବାସ୍ତବିକ ଏମର୍ଜେନ୍ସି ର ସ୍ତିତି ଦାଏରl ରେ ନାହିଁ l
କୋର୍ଟ ଙ୍କ ଏହି ନିଷ୍ପତି ପରେ ଟ୍ରମ୍ପ ପ୍ରଶାସନ ଚିନ୍ତାରେ l