Odisha news

ରାଜ୍ୟ ସ୍ତରୀୟ ତୋଷାଳି ମେଳା ରେ ପିପିଲି ଚାନ୍ଦୁଆ ଶୀଳ୍ପି ସମ୍ମାନିତ

0

ପିପିଲି… ହସ୍ତ ଶିଳ୍ପ କଳା ରେ ସଫଳତା ପାଇଁ ଗତକାଲି ଭୁବନେଶ୍ଵର ସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହୋଇ ଯାଇଥିବା ରାଜ୍ୟସ୍ତରୀୟ ତୋଷାଳି ମେଳା ରେ ପିପିଲି ଚାନ୍ଦୁଆ ଶୀଳ୍ପି ସୁରେଶ୍ ମହାପାତ୍ର ଙ୍କୁ କଳାକୃତି ସମ୍ମାନ 2020 ରେ ସମ୍ମାନିତ କରାଯାଇଛି. ଚାନ୍ଦୁଆ ତିଆରି କ୍ଷେତ୍ରରେ ସୁରେଶ୍ ଙ୍କ ନିଖୁଣ ପାରଦର୍ଶିତା କୁ ଆଖି ରେ ରଖି ରାଜ୍ଯ ସରକାର ଙ୍କ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି. ଏହି ମେଳା ରେ ରାଜ୍ୟର ବିଭିନ୍ନ ଜିଲାରୁ ମୋଟ 47 ଜଣ କୁଶଳୀ କାରିଗର ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସୁରେଶ ମହାପାତ୍ର ଚାନ୍ଦୁଆ କ୍ଷେତ୍ରରେ ପିପିଲି ପାଇଁ ଗୌରବ ଆଣି ଦେଇଛନ୍ତି. ଏହି ସମ୍ମାନ ତାଙ୍କୁ ରାଜ୍ୟର ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ପ୍ରଦାନ କରିଥିବା ବେଳେ ଉକ୍ତ ମେଳା ରେ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଭାଗୀୟ ପ୍ରମୂଖ ସଚିବ ଅରବିନ୍ଦ ପାଢୀ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ଯାମ ହୋତା, ପ୍ରମୂଖ ଉପସ୍ଥିତ ରହିଥିଲେ. ଏହି ସଫଳତା ଏବଂ ସମ୍ମାନ ପିପିଲି ବାସୀ ଙ୍କର୍ ବୋଲି ସୁରେଶ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l

Nalco
Leave A Reply