Odisha news

ମୋଟାପଣ କମାଇବାରେ ସାହାଯ୍ୟ କରେ ଟମାଟୋ ଜୁସ୍

0

ନିତ୍ୟ ବ୍ୟବହାର୍ଯ୍ୟ ପରିବା ମାନଙ୍କ ମଧ୍ୟରେ ଟମାଟୋକୁ ସମସ୍ତେ ପ୍ରାୟ ନିଜ ରୋଷେଇ ଘରେ ପ୍ରତିଦିନ ବ୍ୟବହାର କରିଥାନ୍ତି l ଟମାଟୋ ହେଲା ଆଣ୍ଟି ଆକ୍ସିଡେଣ୍ଟରେ ଭରପୁର l ଲାଲ ରଙ୍ଗର ଟମାଟୋ ଦେହ ପାଇଁ ଅତ୍ୟନ୍ତ ହିତକାରୀ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଟମାଟୋକୁ ତେଲରେ ଭାଜିଲା ପରେ ମଧ୍ୟ ତାର ନ୍ୟୁଟ୍ରିସନ ନଷ୍ଟ ହୋଇ ନଥାଏ l ଟମାଟୋର ବିଭିନ୍ନ ପ୍ରକାରର ଉପଯୋଗୀ ତତ୍ୱ ଭରପୁର ହୋଇ ରହିଛି ଯଥା-ପୋଟାସିୟମ ,ଲାଇକୋପୀନ ,ନିୟାସିନ ,ଭିଟାମିନ-ବି ୬ ,ଭିଟାମିନ-ସି ଓ ଫୋଲେଟେ l

ଏହି ସମସ୍ତ ତତ୍ୱ ଶରୀରକୁ ସୁସ୍ଥ ରଖିବା ସହିତ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ l କେବଳ ଏତିକି ନୁହେଁ ଟମାଟୋରେ ଦୁଇଟି ଆଣ୍ଟି ଏଜିଙ୍ଗ କମ୍ପାଉଣ୍ଡ ଅଛି ,ଆଇକୋପିନ ଓ ବିଟାକେରାଟିନ l ଅନୁଧ୍ୟାନରୁ ଜଣାପଡିଛି ଯେ ଟମାଟୋ ଓଜନ ଘଟାଇବାରେ ମଧ୍ୟ ସାହାଯ୍ୟ କରିଥାଏ ଏହା ସହିତ କର୍କଟ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ଟମାଟୋରେ ରହିଛି l ନିକଟରେ ହୋଥିବା ଏକ ରିସର୍ଚ ରୁ ଜଣାପଡିଛି ଯେ ସପ୍ତାହରେ ଯଦି ଆମେ ଦଶଥର ଟମାଟୋ ଖାଇବା ତେବେ କ୍ୟାନ୍ସର ହେବାର ବିପଦ ୪୫ ପ୍ରତିଶତ କମ ହୋଇଯିବ l ଟମାଟୋ କୁ ସାଲାଡ଼ କରି ଖାଇବା ଦ୍ୱାରା ଲିଭର କ୍ୟାନ୍ସର ୬0 ପ୍ରତିଶତ ହେବ କମ ହୋଇଯିବ l

* ଛୋଟ ପିଲା ମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ ଟମାଟୋ ଅତ୍ୟନ୍ତ ଗୁଣକାରୀ l ପ୍ରତ୍ୟକଦିନ ଛୋଟ ପିଲା ମାନଙ୍କ ଖାଦ୍ୟରେ ଟମାଟୋକୁ ସାମିଲୀ କରିବା ଆବଶ୍ୟକ l ପିଲାବେଳୁ ଯଦି ଆମେ ଛୁଆ ମାନଙ୍କୁ ଖାଦ୍ୟରେ ଟମାଟୋ ଦେବା ତେବେ ବିଭିନ୍ନ ପ୍ରକାର ଚର୍ମ ରୋଗରୁ ମଧ୍ୟ ଦୁରେଇ ରହିବେ l

* ମୋଟାପଣ କମାଇବା ପାଇଁ ଟମାଟୋ ଜୁସ ଅତ୍ୟନ୍ତ ହିତକାରୀ l ପ୍ରତ୍ୟକଦିନ ଏକ ରୁ ଦୁଇ ଗ୍ଲାସ ଟମାଟୋ ଜୁସ ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ l

* ଆଣ୍ଠୁଗଣ୍ଠି ରୋଗୀମାନେ ସବୁଦିନ ସକାଳେ ଟମାଟୋ ଜୁସରେ ଜୁଆଣି ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳେ l

* ଗର୍ଭାବସ୍ଥା ସମୟରେ ଗର୍ଭବତୀ ମା ମାନେ ପ୍ରତ୍ୟକଦିନ ନିଜ ଖାଦ୍ୟରେ ଟମାଟୋ ଖାଇବା ଉଚିତ ,ଟମାଟୋରେ ଥିବା ଭିଟାମିନ-ସି ଗର୍ଭସ୍ଥ ଶିଶୁ ଓ ମା ପାଇଁ ରକ୍ତ ହୀନତାରୁ ଦୁରେଇ ରଖେ l

* ଯଦି ପେଟରେ କୃମି ହୋଇଥାଏ ତେବେ ସକାଳୁ ଖାଲି ପେଟାରେ ଟମାଟୋ ସହିତ ଗୋଲମରିଚ ଗୁଣ୍ଡ ମିଶାଇ ଖାଇବା ଦ୍ୱାରା ଲାଭ ମିଳିଥାଏ l

* ମଧୁମେହ ରୋଗୀମାନେ ପ୍ରତିଦିନ ସକାଳୁ ଖାଲି ପେଟାରେ ଟମାଟୋ ଓ ଲୁଣ ଖାଇଲେ ରକ୍ତରେ ଶର୍କରାର ମାତ୍ର ନିୟନ୍ତ୍ରଣ ରୁହେ l ମଧୁମେହ ରୋଗୀ ମାନଙ୍କର ଆଖିର ପାୱର ମଧ୍ୟ ଠିକ ରହିଥାଏ l

Leave A Reply