ମୋବାଇଲ ଆମ ଜୀବନକୁ ଯେତିକି ସହଜ କରିଛି, ତାଠାରୁ ଅଧିକ ବିପଦ ପୁର୍ଣ କରିଦେଇଛି l ବିଶେଷ ଭାବରେ ସେହି ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ଅଟେ ଯେଉଁମାନେ ଗୋଟିଏ ମୁହୂର୍ତ ପାଇଁ ମୋବାଇଲ କୁ ନିଜ ନିକଟରୁ ଅଲଗା କରିନଥାଆନ୍ତି l ଏବଂ ଏହାକୁ ଟଏଲେଟ ସିଟ ଉପରେ ବସି ମଧ୍ୟ ବ୍ୟବହାର କରି ଥାଆନ୍ତି, ଯେବେକି ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବାଥରୁମ ରେ ଅଧିକ ସମୟ ମୋବାଇଲ ବ୍ୟବହାର କରିବା ଦ୍ୱାରା ଅର୍ଶ ରୋଗର କାରଣ ହୋଇଥାଏ l
* ଟଏଲେଟ ସିଟ ରେ ମୋବାଇଲ ବ୍ୟବହାର କାହିଁକି ହାନିକାରକ –
ଶୌଚାଳୟ ରେ ବ୍ୟକ୍ତି ଅଧିକ ସମୟ ମୋବାଇଲ କରିବା ଦ୍ୱାରା ଅଧିକ ସମୟ ଟଏଲେଟ ସିଟ ରେ ବସି ରହିଥାଏ, ଯେଉଁ କାରଣରୁ ମଳାଶୟ ଉପରେ ଅଧିକ ପ୍ରେସର ପଡିଥାଏ, ଏହି କାରଣରୁ ମଳାଶୟ ରେ ବିଭିନ୍ନ ରୋଗର କାରଣ ହୋଇଥାଏ l
* ଜୀବନଶୈଳୀ ର କାରଣରୁ ହେଉଛି ଅସୁବିଧା –
ବିଶେଷଜ୍ଞ ଙ୍କ ମତରେ କିଛିଟା ଖରାପ ଅଭ୍ୟାସ କାରଣରୁ ମଣିଷ କମ ପାଣି ପିଇଥାଏ, ଜଙ୍କ ଫୁଡ ଅଧିକ ସେବନ କରିଥାଏ, ଏବଂ ଶୌଚାଳୟ ରେ ଅଧିକ ସମୟ ଅତିବାହିତ କରିଥାଏ l ଯାହାକୁ ପ୍ରତ୍ୟେକ ବ୍ୟକ୍ତି ଜାଣିବା ଜରୁରୀ l
* ଜୀବନଶୈଳୀ ପ୍ରଭାବିତ ହେବାଦ୍ବାରା ରୋଗ ବୃଦ୍ଧି ପାଉଛି –
ମୋବାଇଲ ଫୋନ ଆମ ଜୀବନଶୈଳୀ କୁ ସମ୍ପୂର୍ଣ ଭାବରେ ପ୍ରଭାବିତ କରି ଦେଉଛି, ଖାଦ୍ୟ ଶୈଳୀ, ଶୋଇବା ଶୈଳୀ, ଜୀବନ ବଂଚିବା ଶୈଳୀ, ବନ୍ଧୁତା କରିବା ଶୈଳୀ ସବୁକିଛି ପ୍ରଭାବିତ କରି ଦେଉଛି l ଯାହାକି ମାନସିକ ଉତେଜନା ବୃଦ୍ଧି ପାଉଛି, ଯୁବକ ମାନେ ଅଧିକ ରୋଗ ଗ୍ରସ୍ତ ହୋଇ ବିଭିନ୍ନ ପ୍ରକାର ଖରାପ କାର୍ଯ୍ୟ ରେ ସଂଶ୍ଲିଷ୍ଟ ରହୁଛନ୍ତି l