Odisha news

ଯଦି ପବ୍ଲିକ ଟଏଲେଟ ରେ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ

0

ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଟଏଲେଟ ସର୍ବଦା ସନ୍ତସନ୍ତିଆ ରୁହେ, ଯାହାକି ଜୀବାଣୁ ମାନଙ୍କର ସ୍ଥାନ ଅଟେ l  ଟଏଲେଟ ଗୋଟିଏ ଏଭଳି ସ୍ଥାନ ଯେଉଁଠାରେ ବ୍ୟାକ୍ଟେରିଆ ଓ ଜର୍ମସ ଭରିହୋଇ ରହିଥାଏ, ଟଏଲେଟ ସିଟ, ଫ୍ଲସ ବଟନ , ଏବଂ ପାଇପ ଉପରେ ଅନେକ ପ୍ରକାର ବ୍ୟାକ୍ଟେରିଆ ମିଳିଥାଏ ଯାହାକି ଖାଲି ଆକ୍ଷିକୁ ଦେଖା ଯାଇ ନଥାଏ l  କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ ହୋଇଥାଏ l ଯଦି ଆପଣ ଟଏଲେଟ କୁ ଫୋନ ନେଇ ଯାଉଛନ୍ତି ତେବେ ଏହା ଆପଣଙ୍କୁ ଅନେକ ରୋଗରେ ପୀଡିତ କରିଥାଏ l

ଯେତେବେଳେ ଆମେ ଟଏଲେଟ କୁ ଯାଇଥାଉ ଶୌଚ ହେବା କିମ୍ବା ହାତ ଧୋଇବା ପାଇଁ ଯାଇଥାଉ କିନ୍ତୁ କଦାପି ଆମେ ଧ୍ୟାନ ଦେଇ ନଥାଉ ଯେ ଆମ ଫୋନ କୁ ଆମେ ଧୋଉନହିଁ, ଯାହାକି ସମ୍ଭବ ନୁହେଁ l କିନ୍ତୁ ହାତ ସିନା ଆମର ସଫା ହୋଇଯାଏ କିନ୍ତୁ ଫୋନ ରେ ଥିବା ବ୍ୟାକ୍ଟେରିଆ ସେହିଭଳି ରହିଯାଏ l ଏବଂ ଯେତେବେଳେ ଆମେ ସେହି ଫୋନ ର ବ୍ୟବହାର କରିଥାଉ ଏଥିରେ ଥିବା ବ୍ୟାକ୍ଟେରିଆ ଆମ ଶରୀର କୁ ଯାଇଥାଏ l

– ଦୀର୍ଘ ସମୟ ଧରି ଟଏଲେଟ ରେ ଫୋନ ଵ୍ୟଵହାର କରିବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା ଦେଖା ଯାଇଥାଏ l  ଗବେଷକଙ୍କ ମତରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସିବା ଦ୍ୱାରା ପାଚନ କ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ l

– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟଏଲେଟ ସିଟ ରେ ବସିବା ଦ୍ୱାରା ଶରୀରରେ ଠିକ ଭାବରେ ରକ୍ତ ସଂଚାଳନ ହୋଇପାରେ ନାହିଁ, ଏବଂ ଏହାଦ୍ୱାରା ମାଂସପେଶୀ ରେ ସମସ୍ୟା ଦେଖା ଯାଇଥାଏ l  କାହିଁକିନା ଆମେ ଶୌଚ ହେବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ପୋଜିସନ ରେ ବସିଥାଉ l

– ଟଏଲେଟ ରେ ଅଧିକ ସମୟ ଫୋନ ବ୍ୟବହାର କରିବା ଦ୍ୱାରା ମାନସିକ ଉତେଜନା ବୃଦ୍ଧି ପାଇଥାଏ, ଅନିଦ୍ରା ସମସ୍ୟାର ସମୁଖୀନ ହେଉ, ଏହାଛଡା ପିଠିର ମଧ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ l

– ଗବେଷକଙ୍କ ମତରେ ଟଏଲେଟ ରେ ଫୋନ ବ୍ୟବହାର କରିବା ଦ୍ୱାରା ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ପୋଜିସନ ରେ ବସି ରହିଥାଉ l ଏହାଛଡା ଏଥିରେ ଥିବା ବିଭିନ୍ନ ବ୍ୟାକ୍ଟେରିଆ ଆମ ଶରୀର ମଧ୍ୟକୁ ପ୍ରବେଶକରିବାରେ ସହଜ ହୋଇଥାଏ l  ଏହି ବ୍ୟାକ୍ଟେରିଆ ମାନେ ନଖ, ଚର୍ମ, ଗୋଡ଼ ସାହାଯ୍ୟରେ ଆମ ଶରୀର ମଧ୍ୟକୁ ପ୍ରବେଶ କରିଥାଆନ୍ତି l

Leave A Reply