ମେଷ: ପରିବାର ସହ ଧର୍ମାନୁଷ୍ଠାନକୁ ଯିବେ। ଆପଣଙ୍କ ଉତ୍ତମ ବ୍ୟବହାର ଅନ୍ୟମାନଙ୍କୁ ଖୁସି କରିବ। ନୂଆ ଭାବନାରେ ଆଗକୁ ଆଗେଇବେ।
ବୃଷ: କାର୍ଯ୍ୟକ୍ଷେତ୍ରରେ ସଫଳତା। ବୃତ୍ତିଗତ କାର୍ଯ୍ୟରେ ବିଦେଶ ଗସ୍ତ କରିପାରନ୍ତି। ଉଦାର ସ୍ବଭାବରେ ଅନ୍ୟମାନଙ୍କୁ ଆକର୍ଷିତ କରିବେ।
ମିଥୁନ: ରାଜନୀତିରେ ଥିବା ବ୍ୟକ୍ତି ସତର୍କ ରହନ୍ତୁ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ପାରିବାରିକ ଜୀବନରେ ଖୁସି।
କର୍କଟ: ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସବୁକାମ ସୁରୁଖୁରୁରେ ସଂପନ୍ନ ହେବ। ରାଜନୀତିକ ନେତାଙ୍କ ଲାଗି ଦିନଟି ଶୁଭ। ମିତ୍ରଙ୍କ ସହ ଲାଗିରହିଥିବା ତିକ୍ତତା ଦୂର ହେବ।
ସି˚ହ: ମିଷ୍ଟ ବ୍ୟବହାରରେ ସବୁ କାମ କରାଇନେବେ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ରହିବ।
କନ୍ୟା: ଜରୁରୀ କାମ ଶେଷ ଲାଗି ଯୋଜନା କରିବେ। ସମାଜରେ ସମ୍ମାନ ବଢ଼ିବ। ଫେସନ୍ ଡିଜାଇନିଙ୍ଗ୍ ବୃତ୍ତିଧାରୀଙ୍କୁ ନୂଆ ନିଯୁକ୍ତି ମିଳିପାରେ।
ତୁଳା: ଜରୁରୀ କାମରେ ଯାଉଥିଲେ ଆତ୍ମବିଶ୍ବାସ ରଖନ୍ତୁ। ବ୍ୟବସାୟରେ ସଫଳତା ଓ ଲାଭ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।
ବିଛା: ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ। କଳାକାରଙ୍କ ପାଇଁ ଦିନଟି ଅନୁକୂଳ। ମନୋରଂଜନ କାର୍ଯ୍ୟକ୍ରମରେ ଭାଗ ନେବାକୁ ସୁଯୋଗ ମିଳିପାରେ।
ଧନୁ: ସବୁଦୃଷ୍ଟିରୁ ଦିନଟି ଅନୁକୂଳ ରହିବ। ଅନ୍ୟମାନଙ୍କ ସହିତ ଲାଗି ରହିଥିବା ତିକ୍ତତା ଦୂର ହେବ। କୌଣସି ପ୍ରାଇଭେଟ୍ କ˚ପାନିରେ ଚାକିରି ମିଳିପାରେ।
ମକର: ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସ˚ପୂର୍ଣ୍ଣ ହେବ। ମନ ଶାନ୍ତ ରହିବ। ସମାଜରେ ମାନ-ସମ୍ମାନ ମିଳିବ। ବ୍ୟବସାୟରେ ଲାଭ।
କୁମ୍ଭ: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ ପାଇଁ ପ୍ରୟାସ କରିବେ। ବ୍ୟବସାୟ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ସାହାଯ୍ୟ ମିଳିବ।
ମୀନ: କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। କମ୍ପାନି ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଉପରିସ୍ଥ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ।