ତ୍ରିରଙ୍ଗା ର ଅପମାନ, ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାରକୁ ନେଇ ଭାରତରେ ତେଜିଲା ଆକ୍ରୋଶ : ବଙ୍ଗଳାଦେଶୀ ରୋଗୀଙ୍କର ଚିକିତ୍ସା କରିବାକୁ ମନାକଲେ ଡାକ୍ତର
କଲିକତାର ଗୋଟିଏ ଡାକ୍ତରଖାନା ବାଙ୍ଗଲାଦେଶୀ ଙ୍କର ଚିକିତ୍ସା କରିବା ଉପରେ ଲଗାଇଲା ରୋକ l କଲିକତାର ଗୋଟିଏ ଡାକ୍ତରଖାନା ଶୁକ୍ରବାର ଦିନ ଘୋଷଣା କରିଛି ଯେ ବଙ୍ଗଳାଦେଶ ର ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯିବ ନାହିଁ l କାହିଁକିନା ପଡୋଶୀ ଦେଶ ରେ ଭାରତୀୟ ପତାକା ର ଅପମାନ କରାଯାଉଛି l ଯାହାପରେ କଲିକତା ର ଏହି ଡାକ୍ତରଖାନା ରେ ବଡ଼ ନିଷ୍ପତି ନିଆଯାଇଛି l
କଲିକତା ର ମଣିକତାଲା ଅଂଚଳ ରେ ସ୍ଥିତ ଜୋଏନ ରେ ଡାକ୍ତରଖାନା ଶୁକ୍ରବାର ଦିନ ବଙ୍ଗଳାଦେଶ ରେ ବିଗୁଡୁଥିବା ସ୍ଥିତି, ହିନ୍ଦୁ ମନ୍ଦିରର ଅପମାନ, ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ମଧ୍ୟରେ ଏହି ଘୋଷଣା କରିଛି l ବଙ୍ଗଳାଦେଶ ରେ ଚଳିତବର୍ଷ ଅଗଷ୍ଟ ମାସ ରେ ଶେଖ ହସିନା ସରକାର ହଟିବା ପରେ ହିନ୍ଦୁ ଏବଂ ଅଳ୍ପସଂଖ୍ୟକ ସମୁଦାୟ ର ସଦସ୍ୟ ଙ୍କୁ ଚରମପନ୍ଥୀ ଅତ୍ୟାଚାର ର ସାମ୍ନା କରିବାକୁ ପଡୁଛି l
ଡାକ୍ତରଖାନା ର ଅଧିକାରୀଙ୍କ ମତରେ ଆମର ଗୋଟିଏ ଅଧିସୂଚନା ଜାରି ହୋଇଛି, ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କୌଣସି ବଙ୍ଗଳାଦେଶୀ ରୋଗୀ ଙ୍କର ଉପଚାର ପାଇଁ ଭର୍ତି କରିବେ ନାହିଁ l ଏହା ମୁଖ୍ୟ ଭାବରେ ଭାରତ ପ୍ରତି ସେମାନଙ୍କ ଅପମାନ ର କାରଣ ଅଟେ l ସେ ଭାରତର ଅନ୍ୟ ଡାକ୍ତରଖାନା ରୁ ମଧ୍ୟ ଏହି ଅତ୍ୟାଚାର କୁ ବିରୋଧ କରିବା ପାଇଁ ଆଗ୍ରହ କରିଛନ୍ତି l