Odisha news

ପାକିସ୍ତାନରେ ନିଷିଦ୍ଧ ହେବ ଟିକ୍‌ ଟକ୍‌ !

0

ନୂଆଦିଲ୍ଲୀ : ପାକିସ୍ତାନରେ ଚୀନର ଆପ୍‌ ଟିକ୍‌ ଟକ୍‌ ନିଷିଦ୍ଧ ହେବ । ଅଶାଳୀନ କଣ୍ଟେଣ୍ଟକୁ ନେଇ ପାକିସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଅଶାଳୀନ ଓ ଅଶ୍ଳିଳ ବିଷୟବସ୍ତୁ ହଟାଇବାକୁ ଓ ସେଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ବାରମ୍ବାର ଟିକ୍‌ ଟକକୁ କୁହାଯାଇଥିଲେ ମଧ୍ୟ କମ୍ପାନି ଶୁଣିନଥିଲା । ଏଣୁ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନିଆଯାଇଛି । ଖୁବ ଶୀଘ୍ର ପାକିସ୍ତାନ ସରକାର ଏ ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି । କିଛି ମାସ ପୂର୍ବେ ଭାରତ ସରକାର ଚୀନର ଏହି ଆପକୁ ନିଷିଦ୍ଧ କରିଥିଲେ । ଲଦାଖରେ ସଂଘର୍ଷ ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଥିଲେ । ଗତ ମାସରେ ଆମେରିକା ସରକାର ମଧ୍ୟ ଟିକ ଟକ ଉପରେ କଟକଣା ଲଗାଇଥିଲେ ।

Nalco
Leave A Reply