Odisha news

ତିହିଡି : ମାସ୍କ ବାନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଭୁଲିଗଲେଣି ଲୋକେ

0

ତିହିଡି :ରାଜ୍ୟରେ ସଂପ୍ରତି କରୋନା ସଂକ୍ରମଣର ପ୍ରକୋପ ଖୁବ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ବହୁ ସଂଖ୍ୟାରେ ପ୍ରବାସୀଙ୍କ ଆଗମନ ସାଙ୍ଗକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଘଟଣା ଏବେ ରାଜ୍ୟ ସରକାରଙ୍କ ପାଇଁ ଚିିନ୍ତାର କାରଣ ପାଲଟିଛି । ଏପରିସ୍ଥଳେ ‘ଳିତ ଜୁନ ମାସ ସଂକ୍ରମଣ ବ୍ୟାପିବା ନେଇ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଲୋକେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ସମସ୍ତଙ୍କୁ ନିବେଦନ କରିଛନ୍ତି ।

ବିଶେଷ କରି ଘରୁ ବାହାରିଲେ ମାସ୍କ ପିନ୍ଦିବା ଓ ହାଟ ବଜାରରେ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ଚେତାବନୀ ଦିଆଯାଇଛି । ମାତ୍ର ପରିତାପର ବିଷୟ ଏହି ଯେ, ତିହିଡି ଅଞ୍ଚଳରେ ଲୋକେ ଏସବୁ ପାଳନ କରିବାକୁ ଆଦୌ ପ୍ରସ୍ତୁତ ନୁହଁନ୍ତି । ତିହିଡି ବଜାରକୁ ବିଭିନ୍ନ କାମରେ ଦୈନିକ ଆସୁଥିବା ହଜାର ହଜାର ଲୋକଙ୍କ ମଧ୍ୟରୁ ଶତକଡା ପ୍ରାୟ ୬୦ ଭାଗ ଲୋକ ମାସ୍କ ପିନ୍ଦିବା ଓ ଜିନିଷପତ୍ର କ୍ରୟ ବେଳେ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖିବାକୁ ମିଳୁଛି ।

ବିଶେଷ କରି ପନିପରିବା ଦୋକାନ, ମାଛ ଦୋକାନ, ଫଳ ଦୋକାନ ଓ କସ୍‍ମେଟିକ ସାମଗ୍ରୀ ବିକ୍ରୀ ହେଉଥିବା ଦୋକାନରେ ଲୋକେ ଅସମ୍ଭବ ଭିଡ ଲଗାଉଛନ୍ତି । ସେହିପରି ତିହିଡିରେ ଥିବା ବିଦେଶୀ ମଦ ଦୋକାନ ଓ ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ଗୁଡିକରେ ଦୈନିକ ଶହ ଶହ ଲୋକ ସାମାଜିକ ଦୂରତାକୁ ଭୁଲି ଏକତ୍ରିତ ହେଉଥିବା ଚିନ୍ତାର ବିଷୟ ପାଲଟିଛି । ପୂର୍ବରୁ ତିହିଡି ପୋଲିସ ପକ୍ଷରୁ ଲକଡାଉନ ଆଇନକୁ କଡା କଡି ପାଳନ କରାଯାଉଥିବା ବେଳେ ଗତ କିଛି ଦିନ ହେଲା ଏଥିରେ ବ୍ୟତିକ୍ରମ ସୃଷ୍ଟି ହୋଇଛି । ଯାହାର ସୁଯୋଗ ନେଇ ଲୋକେ ବେପରୁଆ ଭାବେ ବୁଲାବୁଲି କରୁଛନ୍ତି ।

ଅନ୍ୟପକ୍ଷେ ତିହିଡି ବଜାରରେ କେତେକ ଚାହା, ପାନ ଓ ଜଳଖିଆ ଦୋକାନୀ ଲକଡାଉନ ନିୟମକୁ ନମାନି ଖୁଲମଖୋଲା ନିଜର କାରବାର ସର୍ବସାଧାରଣ ସ୍ଥାନରେ ଚଳାଇଥିବା ବେଳେ କେତେକ ଲୋକ ବି ବଜାରହାଟରେ ନିୟମିତ ଆଡïା ମାରୁଥିବା ଦେଖିବାକୁ ମିଳୁଛି । ସେହିପରି ବହୁ ବିଶୃଙ୍ଗଳିତ ଯୁବକ ପୂର୍ବପରି ବିନା ହେଲମେଟରେ ଓ ବିନା କାରଣରେ ବଜାରରେ ବାଇକ ଚଳାଇ ଏପଟସେପଟ ହେଉଥିବା ପରିଲକ୍ଷିତ ହୋଇଛି । ତିହିଡି ତହସିଲଦାର ଓ ପୋଲିସ ପ୍ରଶାସନ ପୂର୍ବରୁ ଯେପରି ଅମାନିଆ ଲୋକଙ୍କୁ ସାବାଡ କରୁଥିଲା, ଏବେ ପୁଣି ସେହିପ୍ରକାର କାର୍ଯ୍ୟାନୁଷ୍ଠାନ ଆପଣେଇବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.