Odisha news

ତିହିଡି ବ୍ଲକ : ଚଳିତ ବନ୍ୟାରେ ୧୧ ପଞ୍ଚାୟତର ୫୦ ପ୍ରତିଶତ ଧାନ ଚାଷ କ୍ଷତିଗ୍ରସ୍ତ

0

ତିହିଡି, ୧୨/୦୯ : ତିହିଡି ବ୍ଲକରେ ଚଳିତ ବନ୍ୟା ଯୋଗୁଁ ୧୧ ପଞ୍ଚାୟତର ୫୦ ପ୍ରତିଶତ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ନେଇ ବ୍ଲକ କୃଷିବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ପ୍ରକାଶ ଯେ, ଲଘୁଚାପ ଜନିତ ଳଗାଣ ବର୍ଷା ଯୋଗୁଁ ତିହିଡି ବ୍ଳକର ବିଭିନ୍ନ ତଳିଆ ପଞ୍ଚାୟତର ଗାଁ ଗଣ୍ଡାରେ ବନ୍ୟା ପାଣି ପ୍ରବେଶ କରିବା ସହିତ ଧାନ ଜମିରେ ବନ୍ୟା ପାଣି ଜମି ରହିଥିଲା ।

ପୂର୍ଣ୍ଣମୀ ତିଥି ଥିବାରୁ ବନ୍ୟା ପାଣି ତଳକୁ ଗଡି ନପାରି ପ୍ରାୟ ସପ୍ତାହେ ଧରି ଚାଷ ଜମିରେ ଜମି ରହିଥିଲା । ଅନ୍ୟପକ୍ଷେ ପାଣି ନିଷ୍କାସନର ଅନ୍ୟ କୌଣସି ବିକଳ୍ପ ନଥିବାରୁ ଖାଲଆ ଜମି ଗୁଡିକରେ ପାଣି ଜମି ରହି ଧାନ ଫସଲକୁ ନଷ୍ଟ କରି ଦେଇଥିଲା ।

ଚଳିତ ବର୍ଷ ବ୍ଲକର ୩୧ ପଞ୍ଚାୟତରେ ମୋଟ ୨୦ ହଜାର ୬ଶହ ୨୩ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ବିଲଣା, ବାରୋ, ବୋଡକ, ବାରସର, ଗୋବିନ୍ଦପୁର, ର୍କାପଡା, ଶ୍ୟାମସୁନ୍ଦରପୁର, ସିନେ୍ଦାଳ, କୋହ୍ଲ, ଦୌଲତପୁର ଓ ହରିସିଂପୁର ପଞ୍ଚାୟତର ୫ହଜାର ୪୩୩ ହେକ୍ଟର ଜମିରେ ଧାନ ଚାଷ ନଷ୍ଟ ହୋଇଥିବା ବ୍ଲକ କୃଷି ବିଭାଗ ପକ୍ଷରୁ ତଦନ୍ତ କରାଯାଇଛି । ତେବେ ବନ୍ୟା ଯୋଗୁଁ ପନିପରିବା ଚାଷ ବିଶେଷ ପ୍ରଭାବିତ ହୋଇନଥିବା କୃଷି ବିଭାଗର ତଦନ୍ତରୁ ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କରୋନା କଟକଣା ସହିତ ପ୍ରତିକୂଳ ପାଗ ଯୋଗୁଁ ଚାଷୀମାନେ ବହୁ କଷ୍ଟ ସ୍ୱୀକାର କରି ଧାନ ଚାଷ କରିଥିଲେ ।

ସେହିପରି ବିଭିନ୍ନ ବ୍ୟାଙ୍କ, ସମବାୟ ସମିତି ତଥା ହାତଉଧାରି ଋଣକରଜ କରି ଚାଷରେ ବିନିଯୋଗ କରିଥିଲେ । ମାତ୍ର ବନ୍ୟା ଜନିତ ଦୈବ ଦୁର୍ବିପାକ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛି । ଯାହାଫଳରେ ସେମାନଙ୍କର ବର୍ଷକର ସମ୍ବଳ ଉଜୁଡି ଯାଇଛି । ଏହାକୁ ନେଇ ଚାଷୀ ଚିନ୍ତାରେ ପଡିଯାଇଛି । ବର୍ଷକର ଦାନା ଉଜୁଡି ଯାଇଥିବାରୁ ପରିବାର ପ୍ରତିପୋଷଣ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଯାଇଛି । ସରକାରଙ୍କ ପକ୍ଷରୁ ଏହାର ସଠିକ ତଦନ୍ତ କରାଯାଇ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ଚାଷୀମାନେ ଦାବି କରିଛନ୍ତି ।

Leave A Reply