ତିହିଡି (ଯଦୁମଣି ପାଣିଗ୍ରାହୀ ) : ତିହିଡିର ଅଗ୍ରଣୀ ସାମାଜିକ ସେବା ସଙ୍ଗଠନ ‘ସେବା ସଙ୍କଳ୍ପ ସମାଜ’ ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ମିଳିତ ଆନୁକୂଲ୍ୟରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତିହିଡି କଲେଜଛକସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଠାରେ ଅନୁଷ୍ଠିତ ସଭାରେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଯଦୁମଣି ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ତଥା ଆଲୋଚକ ନିର୍ମଳ ସେନାପତି ଯୋଗଦେଇ ବୈଦିକ ଯୁଗରୁ ଭାରତରେ ଗୁରୁଶିଷ୍ୟର ପରମ୍ପରା ଆଜିଯାଏର୍ ପ୍ରଚଳିତ ହୋଇ ଆସିଛି ବୋଲି କହିବ ସହିତ ଏ ମାଟି ହେଉଛି ଗୁରୁ ମାଟି ଓ ଏହି ମାଟିରେ ଜନ୍ମ ନେଇଥିବା ଡ. ସର୍ବପଲ୍ଲୀ ରାଧାକ୍ରିଷ୍ରନ ଭଳି ମହାନ ଶିକ୍ଷକ ତଥା ଦାର୍ଶନିକ ଚିରକାଳ ପୂଜା ପାଉଥିବେ ବୋଲି କହିଥିଲେ ।
ଏହି ଉତ୍ସବରେ ଜଣେ ଦକ୍ଷ, କର୍ତ୍ତବ୍ୟବାନ ଓ ଛାତ୍ରବତ୍ସଳ ପ୍ରାକ୍ତନ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ମଲ୍ଲିକଙ୍କୁ ମାନପତ୍ର, ଉତ୍ତରୀୟ ଓ ଫୁଲତୋଡା ଦେଇ ମୁଖ୍ୟଅତିଥି ଶ୍ରୀ ସେନାପତି ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ କୁମାର ଗଙ୍ଗାଧର, ଶିକ୍ଷକ ରମେଶ ନାୟକ, ମହେଶ୍ୱର ତ୍ରିପାଠୀ, ବିବେକାନନ୍ଦ ଚେରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ପ୍ରଫୁଲ କୁମାର ନାୟକ, ଶିକ୍ଷୟିତ୍ରୀ ପ୍ରମୋଦିନୀ ନାୟକ, ଶିକ୍ଷା କର୍ମଚାରୀ ଜାନକୀ ସାବତ୍ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିବେକାନନ୍ଦ ଚେରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ନାରାୟଣ କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ ଭାରତର ପ୍ରାକ୍ତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ଧୂପ ପ୍ରଜ୍ଜ୍ୱଳନ କରାଯାଇଥିଲା ।
