ତିହିଡି (ଯଦୁମଣି ପାଣିଗ୍ରାହୀ ) : ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତର ସମିତିସଭ୍ୟ ହେମନ୍ତ ମଳିକଙ୍କ ଶନିବାର ପୂର୍ବାହ୍ଣରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଘରେ ଥିବା ବେଳେ ଆଜି ସକାଳେ ଶ୍ରୀ ମଳିକ ହଠାତ୍ ଅସୁସ୍ଥ ହୋଇପଡିବା ସହ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କର ପୁଅବୋହୂ ଓ ଝିଅଜ୍ୱାଇଁ ମାନେ ଉପସ୍ଥିତ ଥିଲେ । ଗାଁରେ ତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସଂପନ୍ନ ହୋଇଥିବା ବେଳେ ତାଙ୍କ ବଡପୁଅ ସରୋଜ ମଳିକ ମୁଖାଗ୍ନି ଦେଇଥିଲେ ।

ଶ୍ରୀ ମଳିକ ଜନତା ଦଳରେ ଓ ପରେ ବିଜୁ ଜନତା ଦଳରେ ଜଣେ ନିଷ୍ଠାପର କର୍ମୀ ଭାବରେ ନିଜ ଦାୟିତ୍ୱ ସୂଚାରୁରୂପେ ସଂପାଦନ କରିଥିଲେ । ଗତ ପଞ୍ଚାତ ନିର୍ବାଚନରେ ସେ ସୟା ପଞ୍ଚାୟତରେ ବିଜେଡି ସମର୍ଥୀତ ସମିତିସଭ୍ୟ ଭାବେ ବିଜୟୀ ହୋଇ ଏଯାବତ କାର୍ଯ୍ୟ କରୁଥିଲେ । ସେ ଜଣେ ସରଳ, ଭଦ୍ର ଓ ମେଳାପୀ ସ୍ୱଭାବର ମଣିଷ ଥିଲେ । ତାଙ୍କ ମୃତୁ୍ୟ ଖବର ପାଇବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କ ମୃତୁ୍ୟରେ ତାଙ୍କ ପଞ୍ଚାୟତ ସମେତ ତିହିଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here