ତିହିଡି (ରବୀନ୍ଦ୍ର ପାଟଖଣ୍ଡଳ ) : ତିହିଡି ବ୍ଲକ ଅନ୍ତର୍ଗତ ହରିସଂହପୁର ଗାଁରେ ବିଜୁଳି ସମସ୍ୟାକୁ ନେଇ କେତେକ ମହିଳା ଆଜି ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିବା ଘଟଣା ସେମାନଙ୍କୁ ମହଙ୍ଗା ପଡିଛି । ପୋଲିସ ଏଥିରେ ସାମିଲ ଥିବା ୧୦ ଜଣ ମହିଳାଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ସଙ୍ଗୀତା ବେହେରା ନାମ୍ନୀ ଜଣେ ମହିଳାଙ୍କୁ ଗିରଫ କରିଛି । ପ୍ରକାଶ ଯେ, ଏହି ଗାଁରେ ଥିବା ବିଜୁଳି ତାର ଉପରେ ଏକ ଗଛ ଡାଳ ଦୀର୍ଘ ଦିନ ହେଲା ପଡି ରହିଥିଲା । ଯାହାଫଳରେ ବାରମ୍ବାର ଫିଉଜ ଯିବା ସହିତ ବିଜୁଳି ସରବରାହରେ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା ।

ଫଳରେ ୫ଟି ପରିବାର ଏଥିନେଇ ଅସୁବିଧାରେ ପଡୁଥିବା କୁହାଯାଉଛି । ତେବେ ଏହି ପରିବାରର ମହିଳା ମାନେ ନେସ୍କୋ ବିଭାଗୀୟ ଅଦôକାରୀଙ୍କୁ ମୌଖିକ ଭାବେ ଅବଗତ କରାଇଥିଲେ । ତେବେ ଗଛଟି ଏକ ବିବାଦୀୟ ଜାଗାରେ ରହିଥିବା ତଥା ମହିଳାଙ୍କ ପକ୍ଷରୁ କୌଣସି ଲଖିତ ଅଭିଯୋଗ ହୋଇନଥିବା କାରଣରୁ ନେସ୍କୋ ପକ୍ଷରୁ କିଛି ବି ପଦକ୍ଷେପ ନିଆଯାଇ ପାରୁ ନଥିଲା । ଏହି ଘଟଣାକୁ ନେଇ ଗୁରୁବାର ପୂର୍ବାହ୍ଣରେ ଗାଁର କେତେକ ମହିଳା ପୀରହାଟସ୍ଥିତ ନେସ୍କୋର ଫିଉଜ କଲ୍ ଅଫିସକୁ ଆସି ହୋହାଲ୍ଲା କରିଥିଲେ ।

ତେବେ ଲିଖିତ ଭାବେ ଅଭିଯୋଗ କଲେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀ ମାନେ ସେମାନଙ୍କୁ କହିଥିଲେ । ମହିଳାମାନେ ସେକଥାକୁ ଭୃକ୍ଷେପ ନକରି ଅଫିସ ଆଗରେ ରାତିଯାଏଁ ଧାରଣାରେ ବସିଥିଲେ । ପରେ ଆଜି ପୂର୍ବାହ୍ଣ ପ୍ରାୟ ୧୦-୩୦ ବେଳେ ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ପ୍ରାୟ ମଧ୍ୟାହ୍ନ ୧୨ଟା ଯାଏ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଏମିତିକି ଆମ୍ବୁଲାନ୍ସ ଚଳାଚଳକୁ ମଧ୍ୟ ସଂପୃକ୍ତ ମହିଳାମାନେ ବାଧା ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ କିଛି ଶୁଣିନଥିଲେ । ଫଳରେ ପୋଲିସ ବଳପୂର୍ବକ ସେମାନଙ୍କୁ ରାସ୍ତାରୁ ହଟାଇବାକୁ ବାଧ୍ୟ ହୋଇଥିଲେ । ବେଆଇନ ରାସ୍ତା ଅବରୋଧ କରିବା ଓ ନେସ୍କୋ ଅଫିସରେ ଗାଳିଗୁଲଜ କରିବା ଘଟଣାରେ ପୋଲିସ ୨ଟି ମାମଲା-୩୫୧/୨୦ଓ ୩୫୨/୨୦ ରୁଜୁ କରି ସଙ୍ଗୀତା ବେହେରା ନାମ୍ନୀ ଜଣେ ମହିଳାଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here