Odisha news

ବଜ୍ରପାତ ଓ ସର୍ପାଘାତ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ

0

ତିହିଡି(ଯଦୁମଣି ପାଣିଗ୍ରାହୀ): ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୌଜନ୍ୟରୁ ତଥା ତିହିଡି ବ୍ଳକ ପ୍ରଶାସନ ପକ୍ଷରୁ ବଜ୍ରପାତ ଓ ସର୍ପାଘାତ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ ବାରୋ ପଞ୍ଚାୟତ ଅନ୍ତର୍ଗତ ଦହପାଣିଆ ଏସଏସଡି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ନିରଞ୍ଜନ ବାରିକ, ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ସନତ କୁମାର ବେହେରା, ଭାରପ୍ରାପ୍ତ ପ୍ରଧାନଶିକ୍ଷକ କାଳୀପଦ ଦାସ, ବ୍ଳକ ମଙ୍ଗଳ ଅଧିକାରୀ ସୌମ୍ୟା ସୁଚରିତା ମହାନ୍ତି, ବାରୋ କମୁ୍ୟନିଟି ହେଲଥ ଅଫିସର ପ୍ରତିଭାରାଣୀ ନାୟକ, ଦହପାଣିଆ ଅଙ୍ଗନୱାଡି କର୍ମୀ ଜ୍ୟୋତ୍ସ୍ନାରାଣୀ ମଲ୍ଲିକ ଓ ସରୋଜିନୀ ବାରିକ ଏବଂ ବାରୋ ଏଏନଏମ ଭାରତୀ ଜେନାଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ । ସଂପ୍ରତି ବଜ୍ରପାତ ଓ ସର୍ପାଘାତ ଜନିତ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରୁ ରକ୍ଷା ପାଇବା ନେଇ କିଭଳି ସତର୍କତା ମୂଳକ ପଦକ୍ଷେପ ନିଆଯାଇ ପାରିବ ସେଥିନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା ।

Nalco
Leave A Reply