ତିହିଡିÿ, ୧୮/୦୫(ଯଦୁମଣି ପାଣିଗ୍ରାହୀ): ତିହିଡି ଗ୍ରାମର ବାସିନ୍ଦା ତଥା ବ୍ଲକ ବିଜେପିର ଯୁବ ଚେହେରା ସୀତାକାନ୍ତ ନାୟକଙ୍କୁ ତିହିଡି ବ୍ଲକ ପାଇଁ ତାଙ୍କ ପ୍ରତିନିଧି ଭାବେ ସାଂସଦ ଅଭିମନୁ୍ୟ ସେଠୀ ନିଯୁକ୍ତ କରିଛନ୍ତି । ଏ ନେଇ ସାଂସଦ ଶ୍ରୀ ସେଠୀ ଭଦ୍ରକ ଜିଲ୍ଲାପାଳ ଓ ତିହିଡି ବ୍ଲକ ବିଡିଓଙ୍କୁ ଚିଠି ନଂ-୧୧୯/୨୫ ମାଧ୍ୟମରେ ଅବଗତ କରାଇଛନ୍ତି । ସୂଚନା ଥାଉକି ଶ୍ରୀ ନାୟକ ଛାତ୍ରାବସ୍ଥାରୁ ଏବିଭିପି ସହିତ ଜଡିତ ରହିଥିବା ବେଳେ ଏବେ ବିଜେପିର ଜଣେ ସଙ୍ଗଠକ ଭାବେ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । ତାଙ୍କର ଏହି ନିଯୁକ୍ତି ପାଇଁ ଶ୍ରୀ ନାୟକ ସାଂସଦ ଅଭିମନୁ୍ୟ ସେଠୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
