Odisha news

ଡିଜେ ଗାଡିକୁ ଜବତ କଲା ତିହିଡି ପୋଲିସ

0

ତିହିଡି,୨୦ ।୪(ସମିସ): ଆକ୍ସନ ମୋଡରେ ତିହିଡି ପୋଲିସ । ଦୋଳସାହିରେ ଏକ ବାହାଘର ଶୋଭାଯାତ୍ରାରେ ବ୍ୟବହୃତ ଏକ ଡିଜେ ଗାଡିକୁ ଆଜି ଜବତ କରିଛି । ଜିଲ୍ଲା ପ୍ରଶାସନର ବାରଣ ସତ୍ତ୍ୱେଆଜି ଏହି ଡିଜେ ବାଜୁଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏହାକୁ ଜବତ କରିଛି । ସୂଚନାଥାଉକି ତିହିଡି ନୟାନନ୍ଦ ଗାଁରେ ପାଟୁଆ ଯାତ୍ରାରେ ବ୍ୟବହୃତ ଏକ ଡିଜେ ଗାଡି ୧୧ କେଭିଏ ବିଦୁ୍ୟତ ସଂସ୍ପର୍ଶରେ ଆସିବା ଯୋଗୁଁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଉଦ୍ଧ୍ୱର୍ ଆହତ ହୋଇଥିଲେ । ଏହି ଅଘଟଣ ପୋଲିସ ଠାରୁ ପୁଣି ଜିଲ୍ଲା ପ୍ରଶାସନ ଯାଏଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା । ତିହିଡି ଅଞ୍ଚଳରେ ଆଉ ଡିଜେ ବ୍ୟବହାର ହୋଇପାରିବ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଏହାକୁ କିଛି ଅମାନିଆ ଯୁବକ ମାନିବାକୁ ନାରାଜ । ପୋଲିସ ଆଜି ଏହି ଘଟଣାରେ ଉକ୍ତ ଡିଜେକୁ ଜବତ କରି ଥାନାକୁ ଆଣିଛି ।

Leave A Reply