Odisha news

ଡିଜେ ଗାଡି ଚକା ତଳେ ପଡି ଅପରେଟରଙ୍କ ମୃତ୍ୟୁ

0

ତିହିଡି, ୦୬/୦୨(ଯଦୁମଣି ପାଣିଗ୍ରାହୀ): ସରସ୍ୱତୀ ମେଢ ଭସାଣି ବେଳେ ଡିଜେ ଉପରୁ ତଳକୁ ଖସିପଡିଲେ ଅପରେଟର । ତାଙ୍କ ଉପରେ ଗାଡି ଚକା ଚଢିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତ ଅପରେଟର ହେଉଛନ୍ତି ଭଦ୍ରକ ଟାଉନଥାନା ଅଧିନ ବଙ୍କସାହି ଗାଁର ସ୍ୱର୍ଗତ ବବୁଲ ଗୁପ୍ତାଙ୍କ ପୁଅ ସିଦ୍ଧାନ୍ତ(୨୨)ବୋଲି ଜଣାଯାଇଛି । ସୁଚନାରୁ ପ୍ରକାଶ ଯେ, ପୀରହାଟ ଥାନା ଦୌଲତପୁର ପଞ୍ଚାୟତ ଅଧିନ ମାଲପୁର ଜେନାସାହି ଗାଁରେ ବୁଧବାର ବିଳମ୍ବିତ ରାତି ଯାଏଁ ସରସ୍ୱତୀ ମେଢ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା । ଏଥିରେ ସାମିଲ ଥିବା ଭଦ୍ରକ ପୁରୁଣାବଜାର ଅଞ୍ଚଳର ଏକ ଡିଜେର ଅପରେଟର ଭାବେ କାର୍ଯ୍ୟ କରୁଥିବା ସିଦ୍ଧାନ୍ତ କୌଣସି କାରଣରୁ ତଳକୁ ଖସି ପଡିଥିଲେ । ପରେ ତାଙ୍କ ଉପରେ ଡିଜେ ଗାଢି ଚଢି ଯାଇଥିଲା । ଗୁରୁତର ଆହତ ସିଦ୍ଧାନ୍ତଙ୍କୁ ରାତିରେ ଚିକିତ୍ସା ନିମନ୍ତେ ତିହିଡି ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ସେଠାରେ ଡାକ୍ତ ତାଙ୍କୁ ମୃତ ଘୋଷଣା କରିଥିଲେ । ଏଥିନେଇ ସିଦ୍ଧାନ୍ତଙ୍କ ମା’ ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ପ୍ରାଥମିକ ଭାବେ ଏକ ଅପମୃତ୍ୟୁ ମାମଲା ୦୨/୨୫ ରୁଜୁ କରି ଶବ ବ୍ୟବଚ୍ଛେଦ ନିମେନ୍ତ ଭଦ୍ରକ ପଠାଇଥିବା ଜଣାଯାଇଛି ।

Leave A Reply