Odisha news

ଓଡିଶୀ ନୃତ୍ୟରେ ନିଜ ଦକ୍ଷତା ପ୍ରଦର୍ଶନ କଲେ ହିମାଂଶୁ

0

ତିହିଡି,୨୭/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ବିଦ୍ୟାଧରପୁର ଗାଁର ସଞ୍ଜୟ କୁଣ୍ଡଙ୍କ ପୁଅ ତଥା ଭଦ୍ରକ ମନମୋହନ ସଙ୍ଗୀତ ପରିଷଦର ଛାତ୍ର ହିମାଂଶୁ ଓଡିଶୀ ନୃତ୍ୟରେ ନିଜ ଦକ୍ଷତା ପ୍ରଦର୍ଶନ କରି ସ୍କଲାରସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଭାରତ ସରକାରଙ୍କର କଲଚୁରାଲ ରିସୋର୍ସ ଓ ଟ୍ରେନିଂ ସେଣ୍ଟର, ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ଜୁନିୟର ସ୍କଲାରସିପ ପରୀକ୍ଷାରେ ସଫଳତା ହାସଲ କରି ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ସ୍କଲାରସିପ ପାଇବାକୁ ଶ୍ରୀମାନ କୁଣ୍ଡ ମନୋନୀତ ହୋଇଛନ୍ତି । ଶ୍ରୀମାନ କୁଣ୍ଡ ମନମୋହନ ସଙ୍ଗୀତ ପରିଷଦର ଅଧ୍ୟକ୍ଷ ଗୁରୁ ଡ. କେଶବ ଚନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ ତଥା ନୃତ୍ୟ ଗୁରୁ କେଶବ ଚନ୍ଦ୍ର କରଙ୍କ ଠାରୁ ଓଡିଶୀ ନୃତ୍ୟ ଶିକ୍ଷା କରୁଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ମନମୋହନ ସଙ୍ଗୀତ ପରିଷଦର ଅଧ୍ୟକ୍ଷ, ନୃତ୍ୟଗୁରୁ ଓ ଅନ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନା ଥାଉ କି ହିମାଂଶୁ ପିଲା ବେଳୁ ଓଡିଶୀ ନୃତ୍ୟ ପ୍ରତି ରୁଚି ରଖି ଆସିଛନ୍ତି । ତାଙ୍କର ଏହି ସଫଳତା ତିହିଡି ପାଇଁ ଗୌରବ ଆଣି ଦେଇଛି ।

Leave A Reply