Odisha news

ନାବାଳିକା ଅପହରଣ ମାମଲାରେ ଫେରାର ଅଭିଯୁକ୍ତ ଗିରଫ

0

ତିହିଡି,୨୦/୦୧(ଯଦୁମଣି ପାଣିଗ୍ରାହୀ): ଗତ ୨୦୨୪ ମସିହାରେ ଏକ ନାବାଳିକା ଅପହରଣ ମାମଲାରେ ପୋଲିସ ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ହେଉଛି ଏହି ଥାନା ଅନ୍ତର୍ଗତ କମାରିଆ ଗାଁର ରମାକାନ୍ତ ଜେନାଙ୍କ ପୁଅ ସୁବାସ ଜେନା(୨୨) । ପ୍ରକାଶ ଯେ, ଗତ ୨୦୨୪ ମସିହାରେ ସୁବାସ ନିକଟସ୍ଥ ଗୁଡୁପାଳ ଗାଁର ଜଣେ ନାବାଳିକାକୁ ନେଇ ଫେରାର ହୋଇ ଯାଇଥିଲା । ପରେ ପୋଲିସ ନାବାଳିକାର ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଏକ ମାମଲା ନଂ-୩୬/୨୪ ରୁଜୁ କରି ସଂପୃକ୍ତା ନାବାଳିକାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଅଭିଯୁକ୍ତ ସୁବାସକୁ ସେତେବେଳେ ଧରି ପାରିନଥିଲା । ପରେ ସୁବାସ ନାଁରେ କୋର୍ଟରୁ ୱାରେଣ୍ଟ ଇସୁ୍ୟ ହୋଇଥିଲା । ତେବେ ସୁବାସ ଘରେ ଥିବା କୌଣସି ସୂତ୍ରରୁ ଖବର ପାଇ ପୋଲିସ ତାକୁ ଏବେ ଗିରଫ କରିବାରେ ସଫଳ ହୋଇଛି ।

Leave A Reply