Odisha news

ତିହିଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

0

ତିହିଡି,୧୮/୦୧: ତିହିଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ସଭାପତି ନିଶାକର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ ଯୋଗଦେବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବାଲେଶ୍ୱର ଜିଲ୍ଲା ସହ ପ୍ରମୁଖ ଶ୍ରୀନିବାସ ପ୍ରଧାନ ଯୋଗଦେଇ ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରେ ଅବକ୍ଷୟମୁଖୀ ଶିକ୍ଷା ଓ ସଂସ୍କୃତିର ପୁନରୁଦ୍ଧାର କରିବା ସହିତ ଛାତ୍ରଛାତ୍ରୀଙ୍କୁ ସୁନାଗରିକ କରି ସମାଜକୁ ଟେକିଦେବାର ଗୁରୁଦାୟିତ୍ୱ ଅଭିଭାବକ ଓ ଗୁରୁଜୀ-ଗୁରୁମାଙ୍କର ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ସରୋଜ କୁମାର ଓଝା ଓ ଅଜୟ କୁମାର ମିଶ୍ର ଯୋଗ ଦେଇଥିଲେ । ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ରାଧାକୃଷ୍ଣ ସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ କୃପାସିନ୍ଧୁ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଉପସଭାପତି ମନୋଜ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ସମ୍ପାଦକ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ଗୋପାଳ ଚନ୍ଦ୍ର ମହାନ୍ତିଙ୍କ ସମ୍ପାଦିତ ପ୍ରାଚୀରପତ୍ରକୁ ଉନ୍ମୋଚନ କରିଥିଲେ । ବିଦ୍ୟାମନ୍ଦିରର ଗୌରବ ବୃଦ୍ଧି କରିଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ବିଦ୍ୟାମନ୍ଦିରର ଶୁଭେଚ୍ଛୁ ମନୋଜ କୁମାର ଗୁଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply