Odisha news

ବାଞ୍ଛାନିଧି ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା(ଫଟୋ ଯାଇଛି)

0

ତିହିଡି,୧୮/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ କୁବେରା ପଞ୍ଚାୟତ ଅନ୍ତର୍ଗତ ଜୟପୁରସ୍ଥିତ ବାଞ୍ଛାନିଧି ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ହାଇସ୍କୁଲର ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ପତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦାମୋଦର ଜେନା, ମୁଖ୍ୟବକ୍ତା ଭାବେ ଓଷ୍ଟାର ଜିଲ୍ଲା ସଭାପତି ଶଶିଶେଖର କରଶର୍ମା, ସମ୍ମାନୀତ ଅତିଥି ଭାବେ ଓଷ୍ଟାର ଜିଲ୍ଲା ସମ୍ପାଦକ ପ୍ରଭାତ ପାଣିଗ୍ରାହୀ, ଆଲୁମନି ସଭାପତି ମନୋରଞ୍ଜନ ନାୟକ, ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ମହାନ୍ତି, ସରୋଜ କୁମାର ଦାସ, ରମେଶ ଚନ୍ଦ୍ର ବେହେରା, ପୁରାତନ ଛାତ୍ର ତଥା ଶିକ୍ଷାବିତ ମଦନମୋହନ ନାୟକ, ପ୍ରାକ୍ତନ ଶିକ୍ଷକ ସନାତନ ଜେନା, ଶିକ୍ଷାବିତ ଦୀନବନ୍ଧୁ ସ୍ୱାଇଁ, ପରିଚାଳନା ଅଧ୍ୟକ୍ଷ ହିମାଂଶୁ ବେହେରା, ଶିକ୍ଷକ ବଂଶୀଧର ଦାସ, ପ୍ରାକ୍ତନ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରବୀର ନାୟକ, ପ୍ରାକ୍ତନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ନାୟକ ଓ ସିଆରସିସି ବିଭୂତି ଭୂଷଣ ରାଉତ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ଭଲ ମଣିଷ ହୋଇ ଦେଶର ସୁନାମ ବଢାଇବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରାକ୍ତନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ନାୟକଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ପରେ ବାର୍ଷିକ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସ୍କୁଲର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶିକ୍ଷକ ଶୁଭମ ସାହୁ, ସୁବ୍ରତ ସାହୁ, ଶିକ୍ଷୟିତ୍ରୀ ପିଙ୍କି ପ୍ରିୟଦର୍ଶିନୀ ପଣ୍ଡା, ବନ୍ଦନାରାଣୀ ପଟ୍ଟନାୟକ, ଲପ୍ସିତା ପଣ୍ଡା, ପ୍ରିୟଙ୍କା ଜେନା, ଅନସୂୟା ସାହୁ, ନମିତା ବିଶ୍ୱାଳ, ଅଭିଲିପ୍ସା ଜେନା, ସବିତା ବେହୁରିଆ, ଲକ୍ଷ୍ମୀପ୍ରିୟା ସାମଲ, ସ୍ୱାଗତିକା ରଥ ସମେତ ଶିକ୍ଷାକର୍ମୀ ମାନସ ସାମଲ, ରଘୁନାଥ ଭଞ୍ଜ ଓ ପ୍ରମୋଦ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

Leave A Reply