Odisha news

ତିହିଡି ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

0

ତିହିଡି,୧୭/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ତିହିଡି ସିଆରଏସ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ବିଡିଓ ଜ୍ୟୋତିର୍ମୟ କର, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଏବିଡିଓ ମାନସ କୁମାର ଜେନା ଓ ହାଇସ୍କୁଲର ପ୍ରଧାନଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ମାନେ ଆଜି ଆଉ ଅସମର୍ଥ ହୋଇ ନାହାନ୍ତି ବରଂ ସବୁକ୍ଷେତ୍ରରେ ସେମାନେ ନିଜର ଦକ୍ଷତା ପ୍ରଦର୍ଶନ କଲେଣି ବୋଲି କହିଥିଲେ । ପରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଅନଲାଇନ ମାଧ୍ୟମରେ ସେମାନଙ୍କ ନାମ ପଞ୍ଜିକୃତ କରିଥିବା ଭିନ୍ନକ୍ଷମ ମାନଙ୍କ ସମସ୍ୟା ନେଇ ଡାକ୍ତରମାନେ ପରୀକ୍ଷା କରିଥିଲେ । ଏହି ଶିବିରରେ ୧୪୦ ଜଣ ଚଳନଶକ୍ତି ହୀନ ବ୍ୟକ୍ତି ସେମାନଙ୍କ ନାମ ପଞ୍ଜିକୃତ କରିଥିବା ବେଳେ ୧୩୪ ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେହିପରି ୩୮ ଭିନ୍ନକ୍ଷମ ଶିଶୁ ନାମ ପଞ୍ଜିକୃତ କରିଥିବା ବେଳେ ୨୩ ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ୧୨୧ ଜଣ ମାନସିକ ଅନଗ୍ରସର ନାମ ପଞ୍ଜିକୃତ କରିଥିବା ବେଳେ ୧୦୨ ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ୪୭ଜଣ ଦୃଷ୍ଟିବାଧିତ ନାମ ପଞ୍ଜିକୃତ କରିଥିବା ବେଳେ ୪୩ ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷେ ୭୧ ଜଣ ଶ୍ରବଣ ବାଧିତ ନାମ ପଞ୍ଜିକୃତ କରିଥିବା ବେଳେ ୫୮ ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଡା. ବିଶ୍ୱଜିତ ରାୟ, ଡା.ରଶ୍ମୀରଞ୍ଜନ ନାୟକ, ଡା. ମୀନକେତନ ମହାନ୍ତି, ଡା.ରମାକାନ୍ତ ସାହୁ ଓ ଡା.ମନୋରଞ୍ଜନ ବିଶ୍ୱାଳ ଏହି ଶିବିରରେ ଉପସ୍ଥିତ ଥିଲେ ।

Leave A Reply