ତିହିଡି,୧୩/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅଧିନ ଆରସା ସରକାରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ୩ ଦିନ ଧରି ମହା ସମାରୋହରେ ପାଳିତ ହୋଇଥିବା ବେଳେ ରବିବାର ଦିନ ଏହା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଅଧିବେଶନରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଦୁ୍ୟମ୍ନ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ, ମୁଖ୍ୟବକ୍ତା ଭାବେ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନୀତ ଅତିଥିଭାବେ ପୂର୍ବାଞ୍ଚଳ ପୋଲିସ ମହା ନିରୀକ୍ଷକ ଡ.ଦୀପକ କୁମାର, ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସଂପତ, ହାସ୍ୟ ଅଭିନେତା ହରିହର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ଚାରା ଗଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ସ୍କୁଲର ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିବା ବେଳେ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଓ ତାଙ୍କ ଟିମ ସଙ୍ଗୀତ ପରିବେଷଣ କରିଥିଲେ । ସେହିପରି ପୂର୍ବାହ୍ଣରେ ଅନୁଷ୍ଠିତ ୧ମ ଅଧିବେଶନରେ ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ପ୍ରଫୁଲ୍ଲ କୁମାର ରାଉତ, ସମ୍ପାଦକ ସୁଶାନ୍ତ କୁମାର ବାରିକ, କମିଟିର କାର୍ଯ୍ୟକାରୀ ସଦସ୍ୟ ସୁଧାଂଶୁ ଶେଖର ନାୟକ, ମିଡିଆ ସଂଯୋଜକ ତ୍ରିଲୋଚନ ଗୌତମ, କ୍ଷମାମୟ ପାଣ୍ଡବ, ହେମନ୍ତ ମହାନ୍ତି, ମଳୟ ନାୟକ, ଉମାକାନ୍ତ ଦାସ, ଅଜୟ ରାଉତ, ରତିକାନ୍ତ ଦାସ, ଧୀରେନ୍ଦ୍ର ସାହୁ, ସୁମନ୍ତ ମହାନ୍ତି, ରାଜେନ୍ଦ୍ର ପଣ୍ଡା ଓ ଲକ୍ଷ୍ମୀକାନ୍ତ ମହାନ୍ତି ପ୍ରମୁଖଙ୍କ ସମେତ ସ୍କୁଲର ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ଏହି ୩ ଦିନ ବ୍ୟାପୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।