Odisha news

ତିହିଡି ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ସମ୍ମିଳନୀ, ୯୬ ଜଣ ସମ୍ବର୍ଦ୍ଧିତ

0

ତିହିଡି, ୨୯/୧୧(ଯଦୁମଣି ପାଣିଗ୍ରାହୀ): ତିହିଡି ପୋଲିସ ପକ୍ଷରୁ ଥାନା ପରିସରରେ ବରିଷ୍ଠ ନାଗରିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରାଯିବା ସହିତ ସେମାନଙ୍କୁ ସମସ୍ତ କ୍ଷେତ୍ରରେ ପ୍ରାଧ୍ୟାନ୍ୟ ଦିଆଯାଇଛି । ଯେକୌଣସି ସମସ୍ୟା ହେଲେ ତୁରନ୍ତ ସେମାନେ ସ୍ଥାନୀୟ ପୋଲିସକୁ ସୂଚନା ଦେଇ ପାରିବେ । ବିଶେଷକରି ଯେଉଁମାନେ ପାରିବାରିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି ସେମାନେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ପାରିବେ । ୧୪ଟି ନ୍ୟାର୍ଯ୍ୟ ଦାବୀ ପ୍ରସଙ୍ଗରେ ସେମାନେ ଅଭିଯୋଗ କରି ପାରିବେ ଏବଂ ଏତତ୍ ବ୍ୟତିତ ବରିଷ୍ଠ ନାଗରିକ ସଂଘ ମଧ୍ୟ ସେମାନଙ୍କ ଦୁଃଖ ସୁଖର ସାଥି ହୋଇ ପାରୁଛନ୍ତି ବୋଲି ଅନୁଷ୍ଠିତ ସମ୍ମିଳନୀରେ ମତପ୍ରକାଶ ପାଇଥିଲା । ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଅତିଥିଭାବେ ଶିକ୍ଷାବିତ୍ ସୋମନାଥ ପାଢୀ, ବିଭୁତି ଭୁଷଣ ସେନାପତି, ନିତ୍ୟାନନ୍ଦ ମଲ୍ଲିକ, ହୃଷିକେଶ ପଣ୍ଡା ଓ ମହେଶ ଦାସ ପ୍ରମୁଖ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକର୍ତ୍ତା ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବ୍ଲକର ବିଭିନ୍ନ ଅଞ୍ଚଳର ବିଶ୍ୱମୈତ୍ରୀ ନାୟକ, ଗଙ୍ଗାଧର ତ୍ରିପାଠୀ, ଜଗନ୍ନାଥ ନାୟକ, ରତିକାନ୍ତ ସାହୁ, କୃତିବାସ ଜେନା, ଭରତ ନାୟକ, ରମାକାନ୍ତ ନାଥ, ବଳରାମ ପଣ୍ଡା, ସନ୍ୟାସୀ ବ୍ରହ୍ମ, ଜିତେନ୍ଦ୍ର ବେହେରା, ଭାଗିରଥି ଦତ୍ତ, ମନମୋହନ ଦାସ, ଭାଗିରଥି ସାହୁ, ପ୍ରତାପ ଆ·ର୍ଯ୍ୟ ଓ ଧନେଶ୍ୱର ବାରିକ ପ୍ରମୁଖ ୯୬ ଜଣ ବରିଷ୍ଠ ନାଗରିକମାନଙ୍କୁ ଆଇକାର୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ଯଦି କୌଣସି ବ୍ୟକ୍ତିଙ୍କ ନାମ ପଞ୍ଜିକୃତ ହୋଇପାରି ନାହିଁ ସେମାନେ ପରବର୍ତ୍ତୀ ସମୟରେ ଏହା ପାଇ ପାରିବେ ବୋଲି ସୂଚନା ମିଳିଛି । ଏସଆଇ ଅରୁଦ୍ଧତୀ ବେହେରା ଓ ପ୍ରକାଶ ବାରିମ, ଏଏସଆଇ ଚିତ୍ତରଞ୍ଜନ ବେହେରା, କମଳାକାନ୍ତ ଶତପଥି, ପାଥି ବେହେରା, କୁମୁଦୁନୀ ବେହେରା, ଲକ୍ଷ୍ମଣ ମାରାଣ୍ଡି ଏବଂ ନକୁଳ ସେନାପତି, ବିଦ୍ୟାଧର ସୂତାର, ହରେକୃଷ୍ଣ ଦିକ୍ଷୀତ ଓ ମହେଶ ମହାଳିକ ପ୍ରମୁଖ ହାବରଦାର ଓ କନେଷ୍ଟବଳ ପରି·ଳନାରେ ସହଯୋଗ କରିଥିଲେ ।

Nalco
Leave A Reply