Odisha news

ବୌଦ୍ଧିକ ଓ ସାଂସ୍କୁୃତିକ ଜାଗରଣ ସଂଗଠନ ପକ୍ଷରୁ “ଭଲ ମଣିଷ ହୁଅ” କାର୍ଯ୍ୟକ୍ରମ

0

ତିହିଡି, ୨୪.୧୧(ଯଦୁମଣି ପାଣିଗ୍ରାହୀ): ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବୌଦ୍ଧିକ ଓ ସାଂସ୍କୁୃତିକ ଜାଗରଣ ସଂଗଠନ ପକ୍ଷରୁ ଆରୁହାସ୍ଥିତ ସିନେ୍ଦାଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ଛାତ୍ରଛାତ୍ରୀମାନଙ୍କୁ ନେଇ “ଭଲ ମଣିଷ ହୁଅ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚପଳମତି ବାଳକବାଳିକାମାନଙ୍କୁ ପାରମ୍ପରିକ ଭାରତୀୟ ସମାଜ ତଥା ଉକ୍ରଳୀୟ କଳା ଓ ସଂସ୍କୃତିର ଥିବା ନୈତିକତାପୂର୍ଣ୍ଣ ମହତ୍ୱ ପ୍ରତି ସଚେତନ କରାଇ ସଂସ୍କାରିତ, ନିର୍ଭୀକ ଓ ଦକ୍ଷ ବ୍ୟକ୍ତିତ୍ୱ ସମ୍ପନ୍ନ କପଟ ବିହୀନ ସନାତନୀ ସନ୍ତାନ ଭାବରେ ସୃଷ୍ଟି କରିବା ଲକ୍ଷ୍ୟରେ ଏହି “ଭଲ ମଣିଷ ହୁଅ” କାର୍ଯ୍ୟକ୍ରମ କରାଯାଉଥିବା କୁହାଯାଇଛି । ଆଜିର ଡିଜିଟାଲ ଦୁନିଆରେ ପିଲାମାନଙ୍କ ମଧ୍ୟରେ ମାନସିକ କ୍ଷେତ୍ରରେ ଜ୍ଞାନର ପରିବୃଦ୍ଧି କରିବା, ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ପିଲାମାନେ ବିତୃଷ୍ଣା ମନୋଭାବ ପ୍ରଦର୍ଶନ କରୁଛନ୍ତି ଯାହାକୁ ନେଇ ନୈତିକତାର ସ୍କଳନ ହେଉଛି, ରଙ୍ଗିନ ଦୁନିଆରେ ମୋବାଇଲ୍, ଟିଭି ଆଦିରେ ଅଧିକ ସମୟ ଦେଉଛନ୍ତି ପିଲାମାନେ ସେ ଦିଗରେ ଏହି ସଂଗଠନ ଚେଷ୍ଟା କରିବା ସହିତ ସଚେତନତା ସୃଷ୍ଟି କରିବା ଏବଂ ପରିବର୍ତ୍ତନ କରିବାର ଲକ୍ଷ୍ୟ ନେଇ ଏହି ସଂଗଠନ ଉଦ୍ୟମ ଜାରି ରଖିଛି । ଏହି ଅବସରରେ ୫୦ଟି ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା । ୩ଟି ବିକଳ୍ପ ଉତ୍ତର ମଧ୍ୟରୁ ସଠିକ୍ ଚୟନ କରିଥିବା ପ୍ରତିଯୋଗିମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୬ଟି ସ୍କୁଲର ୨୨୫ ଜଣ ବାଳକବାଳିକା ସାମିଲ ହୋଇଥିଲେ । ସଂଗଠନର ପ୍ରମୁଖ ଶିକ୍ଷାବିତ୍ ଭାଗିରଥି ଆ·ର୍ଯ୍ୟଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଲୋକେସ ପାଣିଗ୍ରାହୀ, ମୁଖ୍ୟ ବକ୍ତାଭାବେ ଭରତଚନ୍ଦ୍ର ବିଶ୍ୱାଳ, ସମ୍ମାନୀତ ଅତିଥିଭାବେ ପ୍ରଶାନ୍ତ ମିଶ୍ର, ସୁବାଶ ଚନ୍ଦ୍ର ଦାସ, ରବିକୁମାର ମହାନ୍ତି, ଶତୃଘନ ଜେନା ସମ୍ମାନୀତ ବକ୍ତାଭାବେ ସଞ୍ଜୟ ଦାସ, ପ୍ରଭାତ ରାଉଳ ଓ ଆଶୁତୋଷ କରଣ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସ୍ଥାନୀୟ ଗୁରୁକୂଳ ଶିକ୍ଷା ନିକେତନର ଦୁଇ ଛାତ୍ର ସୂର୍ଯ୍ୟ ନମସ୍କାର ପଦ୍ଧତି ପ୍ରଦର୍ଶନ କରିଥିଲେ । ହରିନାରାୟଣ ବାରିକ ଭକ୍ତି ସଂଗୀତ ଗାନ୍ କରିଥିବା ବେଳେ ଅଭିମନୁ୍ୟ ଜେନା ପଲ୍ଲୀ ସଂଗୀତ ଗାନ୍ କରିଥିଲେ । ଦୈତାରୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିତ୍ୟାନନ୍ଦ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶିକ୍ଷକ ଲଲାଟେନ୍ଦୁ ମହାପାତ୍ର, ସମାଜସେବୀ ସରୋଜ ନାୟକ ଓ ଶିକ୍ଷାକର୍ମୀ ବାଇଧର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନା କରିଥିଲେ ।

Leave A Reply