ତିହିଡି ବ୍ଲକରେ ବନ୍ୟା ଭଳି ପରିସ୍ଥିତି : ୯ ପଞ୍ଚାୟତର ୪୨ ହଜାର ୧ଶହ ୩୮ ଲୋକ ପ୍ରଭାବିତ ,୨ଟି ଗାଁର ୫ଶହ ୫୨ ଲୋକଙ୍କୁ ସାମୟିକ ରିଲିଫ ପ୍ରଦାନ
ତିହିଡି (ଯଦୁମଣି ପାଣିଗ୍ରାହୀ ) : ଲଘୁ·ପ ଜନିତ ଲଗାଣ ବର୍ଷା ଯୋଗୁଁ ତିହିଡି ବ୍ଲକରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଫଳରେ ବ୍ଲକର ୯ଟି ପଞ୍ଚାୟତର ୩୧ଟି ଗାଁର ମୋଟ ୪୨ହଜାର ୧ଶହ ୩୮ଜଣ ଲୋକ ପ୍ରଭାବିତ ହୋଇଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରାଯିବା ପରେ ଆଜି ଉକ୍ତ ୩୧ଟି ଗାଁ ମଧ୍ୟରୁ ଜଳବନ୍ଦୀରେ ଥିବା ବୋଡକ ଶାସନ ଓ ଶ୍ୟାମସୁନ୍ଦରପୁର ଏହି ୨ଟି ଗାଁର ୫ଶହ ୫୨ ଜଣ ଲୋକଙ୍କ ଲାଗି ବ୍ଲକ ପ୍ରଶାସନ ପକ୍ଷରୁ ଚୁଡା ଓ ଗୁଡର ବ୍ୟବସ୍ଥା କରାଯାଇଛି । ଆଜି ଏଡିଏମ ଅରୁଣ କୁମାର ମହାପାତ୍ର ବ୍ଲକ ଗସ୍ତରେ ଆସି ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ବ୍ଲକ ପଦାଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହି ନିଦେ୍ର୍ଦଶ ଦେଇଥିଲେ ।
ପ୍ରକାଶ ଯେ, ଲଗାଣ ବର୍ଷା ଯୋଗୁଁ ତିହିଡି ବ୍ଲକର ବୋଡକ, ବିଲଣା, ବାରୋ, ତଳଗୋପବିନ୍ଧା, କାଁପଡା, ଶ୍ୟାମସୁନ୍ଦରପୁର, ଗୋବିନ୍ଦପୁର, ବାହାବଳପୁର ଓ ବାରସର ପଞ୍ଚାୟତର ବିଭିନ୍ନ ଗାଁ ଦାଣ୍ଡରେ ପାଣି ପ୍ରବାହିତ ହେଉଥିବା ପରିଲକ୍ଷିତ ହୋଇଛି । ସେହିପରି କେତେକ ଲୋକଙ୍କ ଘରକୁ ବି ବନ୍ୟା ଜଳ ପ୍ରବେଶ କରିବା ସହ ମାଟି ଘର ପ୍ରତି ବିପଦ ସୃଷ୍ଟି କରିଛି । ଅନ୍ୟପକ୍ଷେ ଏହିସବୁ ପଞ୍ଚାୟତରେ ଶହ ଶହ ଏକର ଚାଷ ଜମି ମଧ୍ୟ ବନ୍ୟା ଜଳରେ ବୁଡି ରହିଥିବା ଦେଖିବାକୁ ମିଳିଛି । ବୁଧବାର ଦିନ ଏଡିଏମ୍ ଶ୍ରୀ ମହାପାତ୍ରଙ୍କ ସହିତ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ବିଡିଓ ବସନ୍ତ କୁମାର ସାହାଣି ଓ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକ ପ୍ରମୁଖ ଉପରୋକ୍ତ ପଞ୍ଚାୟତ ଗସ୍ତ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ସାଳନ୍ଦୀ ନଦୀରେ ବିଲଣା ପଞ୍ଚାୟତ ଅଧିନ କୁଦମାହାରା, ବାରୋ ପଞ୍ଚାୟତ ଅଧିନ କୁଆମାହାରା ଓ କାଁପଡା ପଞ୍ଚାୟତ ଅଧିନ ଦୋହଳି ଠାରେ ବିଶାଳ ଘାଇ ସୃଷ୍ଟି ହୋଇଛି । ସେହିପରି ନାଳିଆ ନଦୀରେ ବାରୋ ପଞ୍ଚାୟତ ଅଧିନ କଲ୍ୟାଣୀନଗର, ବାରମାଣିଆ, ଚିଲପଦା ଅଧିନ ଭେଡା, ଚବିଶପଡା ଅଧିନ ·ରିମାଣିଆ ଠାରେ ମଧ୍ୟ ଘାଇ ସୃଷ୍ଟି ହୋଇଛି । ନାଳିଆ ନଦୀ ସଂସ୍କାର କାର୍ଯ୍ୟ ଶେଷ ହୋଇ ନଥିବାରୁ କହଁରା ଓ ବାଳୁଙ୍ଗା ରିଆରେ ଜଳ ନିଷ୍କାସନ ହୋଇ ପାରୁନାହିଁ । ଏହି ପ୍ରକଳ୍ପରେ ବାରୋ ହାଟପଦା ଠାରୁ ହିରାଘାଇ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ପାଇଁ ସଂସ୍କାର କାର୍ଯ୍ୟରେ ବିଳମ୍ବ ଯୋଗୁଁ ଏପରି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ଜଣାଯାଇଛି ।