Odisha news

ବୋଲେରୋ ଧକ୍କାରେ ୩ ଷଣ୍ଢ ମୃତ, ଗାଡି ଜବତ ଓ ଚାଳକ ଅଟକ

0

ତିହିଡି, ୦୭/୧୦(ଫଟୋ-ଯଦୁମଣି ପାଣିଗ୍ରାହୀ): ବୋଲେରୋ ଧକ୍କାରେ ୩ଟି ଷଣ୍ଢଙ୍କର ମୃତୁ୍ୟ ଘଟିଛି । ପୋଲିସ ଗାଡିଟିକୁ ଜବତ କରିବା ସହିତ ସଂପୃକ୍ତ ଗାଡି ଚାଳକକୁ ଅଟକ ରଖିଛି । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ପୀରହାଟ ବଜାରରେ ଏପରି ଅଘଟଣ ଘଟିଛି । ସୋମବାର ରାତି ପ୍ରାୟ ୯ଘଟିକା ସମୟରେ ଷଣ୍ଢ ପଲକୁ ଧକ୍କା ଦେଇଥିଲା ବୋଲେରୋ । ଘଟଣା ସ୍ଥଳରେ ୩ଟି ଷଣ୍ଢ ମୃତୁ୍ୟ ବରଣ କରିଥିବା ବେଳେ ଗୋଟିଏ ଷଣ୍ଢ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ·ନ୍ଦବାଲିରରୁ ତିହିଡି ଅଭିମୁଖେ ଖୁବ ଦ୍ରୁତ ଗତିରେ ଯାଉଥିବା ଉକ୍ତ ଗାଡିଟି ହଠାତ୍ ରାସ୍ତା ଉପରେ ଯାଉଥିବା ଷଣ୍ଢକୁ ଧକ୍କା ଦେଇଥିଲା । କିଛି କୁଆଡୁ ବୁଝିବା ବେଳକୁ ୩ଟି ଷଣ୍ଢଙ୍କ ଜୀବନ ·ଲି ଯାଇଥିଲା ଏବଂ ଆଉ ଗୋଟିଏ ଷଣ୍ଢ ଆହତ୍ ହୋଇ ରାସ୍ତା କଡରେ ପଡିଥିଲା । ଧକ୍କାଦେଇ ଚାଳକ ଜଣକ ଅତି ଦ୍ରୁତ ଗତିରେ ଆଗକୁ ପଳାଇ ଯାଇଥିଲା । ପୀରହାଟରୁ କିଛି ଯୁବକ ଏହାର ପିଛା କରିଥିଲେ । ଶେଷରେ ତିହିଡି ବଜାରରେ ଲୋକଙ୍କ ହାତରେ ଧରା ପଡିଛି । ଉଭୟ ଚାଳକ ମତୋ ଅଞ୍ଚଳର ପ୍ରମୋଦ ପାଣିଗ୍ରାହୀ ଓ ଦୁର୍ଘଟଣା ଘଟାଇଥିବା ବୋଲେରୋ(ଓଡି-୨୨-୮୭୧୦)କୁ ପୋଲିସ ଜିମା ଦିଆଯାଇଛି । ତେବେ ଚାଳକ ଜଣଙ୍କ ନିଶାସକ୍ତ ଥିବା କୁହା ଯାଉଛି । ପୋଲିସ ତାଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଉଥିବା ସହିତ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।

Leave A Reply