Odisha news

ବୋଡକରେ ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ନିର୍ବାଚନୀ ପ୍ରଚାର

0

ତିହିଡ଼ି, ୨୮ା୦୫(ଯଦୁମଣି ପାଣିଗ୍ରାହୀ) , ଧାମନରର ପ୍ରାକ୍ତନ ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ ଆଜି ବୋଡକ ପଞ୍ଚାୟତରେ ଘରକୁ ର ବୁଲି ବିଧାୟକ ପ୍ରାର୍ଥୀ ଡା. ସଞ୍ଜୟ ଦାସ ଓ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କ ଲାଗି ପ୍ରଚାର କରିଛନ୍ତି । ପଞ୍ଚାୟତର ପଞ୍ଚୁରେଖି, ବଢେଇଗଡିଆ, ବୋଡକ ଏବଂ ଖର୍ଦ୍ଧାପାଟଣା ଆଦି ଗାଁର ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସରପଞ୍ଚ ତଥା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶଶଧର ସାମଲ, ସରପଞ୍ଚଙ୍କ ପ୍ରତିନିଧି ବିଷ୍ଣୁମୋହନ ଜେନା, ସମିତିସଭ୍ୟ ଜୟପ୍ରକାଶ ମଳିକ, ସମବାୟ ସଭାପତି ରତିକାନ୍ତ ମଳିକ, ଯୁବ ସଭାପତି ପ୍ରଶାନ୍ତ କୁମାର ବେହେରା, ଯୁବ ବିଜେଡି ବ୍ଲକ ସାଧାରଣ ସମ୍ପାଦକ ସ୍ୱୃତିରଞ୍ଜନ ସାମଲ ଓ ପମୋଦ ଖଟୁଆ ପ୍ରମୁଖ ସାମିଲ ଥିଲେ ।

Ad2
Leave A Reply