ତିହିଡ଼ି, ୨୮ା୦୫(ଯଦୁମଣି ପାଣିଗ୍ରାହୀ) , ରାଜ୍ୟରେ ଯେଉଁ ତିନି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି ତାହା ବିଜେଡି ସପକ୍ଷରେ ଯାଇଛି । ବିଜେଡି ସରକାର ଗଠନ କରି ସାରିବା ପରେ ମାଗଣା ବିଜୁଳି ଦିଆଯିବ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା କାର୍ତ୍ତକ ପାଣ୍ଡିଆନ । ହେଲିକପ୍ଟର ଯୋଗେ ଶ୍ରୀ ପାଣ୍ଡିଆନ ତିହିଡ଼ି ବ୍ଲକ ସିନେ୍ଦାଳ ପଞ୍ଚାୟତ ତାରିଣୀ ପଡ଼ିଆଠାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ଭଦ୍ରକ ସାଂସଦ ପ୍ରାର୍ଥୀଙ୍କ ସମେତ ଚାନ୍ଦବାଲି, ବାସୁଦେବପୁର ଓ ଧାମନଗର ବିଧାନସଭା କ୍ଷେତ୍ରର ଦଳୀୟ ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଏହି ସଭାରେ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ, ବାସୁଦେବପୁର ବିଧାନସଭା ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲି ବିଧାନସଭା ପ୍ରାର୍ଥୀ ଡ. ବ୍ୟୋମକେଶ ରାୟ ଓ ଧାମନଗର ବିଧାନସଭା ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସ ବକ୍ତବ୍ୟରେ ସେମାନଙ୍କୁ ବିଜୟୀ କରିବାକୁ କହିଥିଲେ । ତେବେ ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ନିଜ ବକ୍ତବ୍ୟରେ କାର୍ତ୍ତିକ ପାଣ୍ଡିଆନକୁ ଯୋଗଜନ୍ମା ପୁରୁଷ କହିବା ସହ ତିହିଡ଼ି ତିନି ବିଧାୟକଙ୍କୁ ଜିତାଇବ ବୋଲି କହିଥିଲେ । ସେହିପରି ଶେଷ ରକ୍ତ ଥିବା ପର୍ଯ୍ୟନ୍ତ ତିହିଡ଼ି ବାସୀଙ୍କର ସେବା କରିବି ବୋଲି ବାସୁଦେବପୁର ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ କହିଥିଲେ । ଡାକ୍ତର ସଂଜୟ ଦାସ ନିଜ ବକ୍ତବ୍ୟରେ ସେ ତିହିଡ଼ି ମାଟିର ପୁଅ ଓ ତାଙ୍କୁ ବହୁ ଭୋଟରେ ଜିତାଇବାକୁ କହିଥିଲେ । ତିନି ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଏହି ସଭାରେ ଯୋଗଦେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ, ରଘୁନାଥ ପଣ୍ଡା, ସୁଶ୍ରୀ ବିଦ୍ୟୁତଲତା ନାୟକ, ଚିନ୍ତାମଣି ଦାସ, ସୁମନ୍ତ କୁମାର ମହାନ୍ତି, ସୁରେନ୍ଦ୍ର ନାୟକ, କମଳାକାନ୍ତ ଲେଙ୍କା, ପୁଷ୍ପାଞ୍ଜଳି ଲେଙ୍କା, ସୁଭଦ୍ରା ଶତପଥି, ସୁପ୍ରଭା ପାଣି, ଗଶେଶ ପ୍ରସାଦ ବିଶ୍ୱାଳ, ଶଶିକାନ୍ତ ବିଶ୍ୱାଳ, ସଂଗ୍ରାମ କେଶରୀ ଦାସ ପ୍ରମୁଖ ବିଜେଡିର ତୁଙ୍ଗନେତା ମାନେ ଉପସ୍ଥିତ ଥିଲେ ।
