ତିହିଡି, ୨୭/୦୫(ଯଦୁମଣି ପାଣିଗ୍ରାହୀ): ଧାମନଗର ନିର୍ବାଚନମଣ୍ଡଳୀ ଅର୍ନ୍ତତ ପାଳିଆବିନ୍ଧା ପଞ୍ଚାତରେ ବିଜେଡି ପ୍ରାର୍ଥୀ ଡା. ସଞ୍ଜୟ ଦାସ ଓ ପ୍ରାକ୍ତନ ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ ମିଳିତ ଭାବେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଉଭୟ ନେତା ପଞ୍ଚାୟତର ଘରକୁ ଘର ବୁଲି ନବୀନ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହିତ ଚଳିତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଡା. ସଞ୍ଜୟ ଦାସ ଓ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ଉଭୟ ନେତା ବିଜେଡିର ଶତାଧିକ ସମର୍ଥକଙ୍କ ସହିତ ପଞ୍ଚାୟତର ୱାର୍ଡ ୱାର୍ଡ ବୁଲି ପ୍ରଚାର କରିଥିଲେ । ପାଳିଆବିନ୍ଧା ପଞ୍ଚାୟତର ସମିତିସଭ୍ୟ ଜୀବନଜ୍ୟୋତି ପଲାଇ ଓ ଅନ୍ୟମାନେ ଏହି ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ଥିଲେ ।
