ତିହିଡି, ୨୬/୦୫(ଯଦୁମଣି ପାଣିଗ୍ରାହୀ): ବାସୁଦେବପୁର ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି ଆଜି ତିହିଡି ସଦର ବଜାରରେ ନିଜର ନିର୍ବାଚନୀ ପ୍ରଚାର କରିବା ସହିତ ମୁକୁନ୍ଦପୁର ପଞ୍ଚାୟତରେ ଏକ ବାଇକ ଶୋଭାଯାତ୍ରାରେ ସାମିଲ ହୋଇ ନିର୍ବାଚନୀ ପ୍ରଚାର କରିଛନ୍ତି । ଆଜି ମଧ୍ୟାହ୍ନରେ ଶ୍ରୀ ମହାନ୍ତି ତିହିଡି ବଜାର ବିଜେପି କାର୍ଯ୍ୟାଳୟ ଠାରୁ ଶତାଧିକ କର୍ମୀଙ୍କ ସହ ଶୋଭାଯାତ୍ରାରେ ବାହାରି ବ୍ଲକ ଛକ ଯାଏଁ ଯାଇଥିଲେ । ଏହି ଅବସରରେ ସେ ବଜାରର ଦୁଇ ପାଶ୍ୱର୍ରେ ଥିବା ଦୋକାନୀ ଭାଇ ତଥା ସ୍ଥାୟୀ ଭାବେ ବସବାସ କରୁଥିବା ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଥିଲେ । ବିଜେପିର ବରିଷ୍ଠ ନେତା ରଘୁନାଥ ପାତ୍ର, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ଯୁବନେତା ସୀତାକାନ୍ତ ନାୟକ, ପ୍ରତାପ ଜେନା, ସରପଞ୍ଚ ପ୍ରଦୀପ କୁମାର ବଳ, ଦେବବ୍ରତ ପାଢୀ, କେଶବ ବେହେରା, ପ୍ରଦୀପ ଜେନା, ଅମୂଲ୍ୟ ସେନାପତି, ଦେବେନ୍ଦ୍ର ପଣ୍ଡା, ନିର୍ମଳ ବେହେରା, ମାନସ ପୁହାଣ ପ୍ରମୁଖଙ୍କ ସମେତ ବହୁ କର୍ମୀ ଓ କର୍ମକର୍ତ୍ତା ସାମିଲ ଥିଲେ । ସେହିପରି ମୁକୁନ୍ଦପୁର ପଞ୍ଚାୟତରେ ଅନୁଷ୍ଠିତ ବାଇକ ଶୋଭାଯାତ୍ରା ଲିଙ୍ଗାଡି ମହାଦେବ ମନ୍ଦିର ନିକଟରୁ ବାହାରି ବିଭିନ୍ନ ଗାଁ ପରିକ୍ରମା କରିବା ସହ ଆରସା ମହାଦେବ ମନ୍ଦିର ନିକଟରେ ଶେଷ ହୋଇଥିଲା । ଉମାକାନ୍ତ ଦାସ, ସଞ୍ଜୟ ମହାଳିକ, ସୁବାସ ମହଲା, କେଶବ କୁଣ୍ଡ, ତପନ ମହାଳିକ, ମଧୁସୂଦନ ନାୟକ, ମଙ୍ଗରାଜ ନାୟକ, ସନ୍ତୋଷ ମହଲ, ଲକ୍ଷ୍ମୀକାନ୍ତ ଦାସ, ମୃତୁ୍ୟଞ୍ଜୟ ମହାରଣା, ସୌନ୍ଦର୍ଯ୍ୟ ଦତ୍ତ, ଦେବେନ୍ଦ୍ର ବେହେରା ପ୍ରମୁଖ ଏହି ବାଇକ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।
