Odisha news

ମାଟ୍ରିକ ପରୀକ୍ଷାରେ ଅଚକ ହାଇସ୍କୁଲର ଛାତ୍ର ବ୍ଲକ ଟପ୍ପର

0

ତିହିଡି, ୨୬/୦୫(ଯଦୁମଣି ପାଣିଗ୍ରାହୀ): ଆଜି ମାଟି୍ରକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ତିହିଡି ବ୍ଲକ ଅନ୍ତର୍ଗତ ଅଚକ ହାଇସ୍କୁଲର ଛାତ୍ର ଗିରିଜା ନନ୍ଦନ ସାହୁ(୫୫୮) ରଖି ବ୍ଲକ ଟପ୍ପର ହୋଇଛନ୍ତି । ସେହିପରି ପୀରହାଟ ଶାନ୍ତିଶୈଳେନ୍ଦ୍ର ସରକାରୀ ହାଇସ୍କୁଲର ଛାତ୍ରୀ ଆଦ୍ୟାଶା ଦାସ(୫୫୬) ରଖି ବ୍ଲକରେ ୨ୟ ସ୍ଥାନ ହାସଲ କରିଥିଲା ବେଳେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ର ସମୀର ବେହେରା (୫୫୨) ରଖି ୩ୟ ସ୍ଥାନ ହାସଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୀରହାଟ ହାଇସ୍କୁଲର ଛାତ୍ର ବିଶ୍ୱଜିତ ପଣ୍ଡା(୫୪୦), ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ର ସୌମ୍ୟରଞ୍ଜନ ବିଶ୍ୱାଳ(୫୪୧), ପ୍ରିୟାଂଶୁ ପ୍ରଜ୍ଞାନ ପାଢୀ(୫୪୦), ବିଭୂକିଶୋର ପଣ୍ଡା(୫୪୩), ସ୍ମୃତିସମୀକ୍ଷା ମହାପାତ୍ର(୫୪୦), ତିହିଡି ସରକାରୀ ବାଳିକା ହାଇସ୍କୁଲର ଛାତ୍ର ଚିରଞ୍ଜିବୀ ସାହୁ(୫୪୭), ସିନେ୍ଦାଳ ପଞ୍ଚାୟତ ହାଇସ୍କୁଲର ଛାତ୍ର ସ୍ମୃତିରଞ୍ଜନ ପଣ୍ଡା(୫୪୦) ପ୍ରମୁଖ ଏ୧ରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାଯାଇଛି ।

Ad2
Leave A Reply