ତିହିଡି, ୨୪/୦୫(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ସିନେ୍ଦାଳ ପଞ୍ଚାୟତ ନୂଆପାଟଣା ଗ୍ରାମର ଲକ୍ଷ୍ମୀନାରାୟଣଙ୍କ ବିଂଶତମ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ସୋମବାର ଅଙ୍କୁରାରୋପଣ କରାଯିବା ପରେ ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ବାଜା ରୋଷଣୀରେ ମହିଳାମାନଙ୍କ ଦ୍ୱାରା ଶୋଭାଯାତ୍ରା ଜରିଆରେ ଗ୍ରାମ ପରିକ୍ରମା କରାଯାଇଥିଲା । ଜଳାଭିଷେକ ପରେ ଯଜ୍ଞସ୍ଥଳରେ ଘଟସ୍ଥାପନ କରାଯାଇ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ କାର୍ଯ୍ୟରମ୍ଭ ହୋଇଥିଲା । ଲକ୍ଷ୍ମୀନାରାୟଣଙ୍କର ୧୦୦୮ ଆହୁତି ଓ ଗୀତାଯଜ୍ଞ କରାଯିବ ପରେ ଗୁରୁବାର ଚନନ୍ଦ ପୂର୍ଣ୍ଣମୀ ଗୋଧୂଳିବେଳାରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ଏଥିସହ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ମହାଯଜ୍ଞରେ କର୍ତ୍ତା ଭାବେ ପ୍ରଦୀପ ଦାସ ଓ ପ୍ରତିଭା ଦାସ ଆହୁତି ପ୍ରଦାନ କରିଥିବା ବେଳେ ଯଜ୍ଞର ମୁଖ୍ୟ ପୂଜକ ଭାବେ ନରେନ୍ଦ୍ର ପାଣି, ଅନିଲ ପାଣିଙ୍କ ସମେତ ପ୍ରସନ୍ନ କର, ସଦାନନ୍ଦ ପାଣି, ଶୁସାନ୍ତ କର, କ୍ଷୀରୋଦ ତ୍ରିପାଠୀ ଓ ନିରଞ୍ଜନ ପାଣି ପ୍ରମୁୁଖ ବେଦପଣ୍ଡିତ ଯଜ୍ଞକାର୍ଯ୍ୟ ସମ୍ପାଦନ କରିଥିଲେ । ପୂର୍ଣ୍ଣାହୂତି ପରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ର ହୋଇ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲକ୍ଷ୍ମୀନାରୟଣ ମନ୍ଦିର ପରିଚାଳନା କମିଟି ସଭାପତି ସଭାପତି କାଳନ୍ଦି ଦାସ, ସମ୍ପାଦକ କପିଳେନ୍ଦ୍ର ବାରିକ, ଜଗବନ୍ଧୁ ବାରିକ, ନନ୍ଦକିଶୋର ବାରିକ, ରତିକାନ୍ତ ବାରିକ, ବିଦ୍ୟାଧର ଜେନା, ନିରଞ୍ଜନ ବାରିକ, କପିଳେନ୍ଦ୍ର ପରିଡା, ମନୋଜ ସାହୁ, ସୁଦର୍ଶନ ନାୟକ, କୈଳାସ ଚନ୍ଦ୍ର ବାରିକ, ପୂର୍ଣ୍ଣଚନ୍ଦ୍ର ପରିଡା, ରାଧାଶ୍ୟାମ ଦାସ ଓ ରମେଶ ଜେନାଙ୍କ ସମେତ ଗ୍ରାମବାସୀ ପ୍ରମୁଖ ପରିଚାଳନା କରିଥିଲେ । ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତିରେ ସରପଞ୍ଚ ସୁପ୍ରଭା ପାଣି, ବିଧାୟକଙ୍କ ଧର୍ମପତ୍ନୀ ଋତୁପୂର୍ଣ୍ଣା ସ୍ରୋତସ୍ୱିନୀ, ମଙ୍ଗଳପୁୁର ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ବୈକୁଣ୍ଠନାଥ ପାଣି, କମଳାକାନ୍ତ ଲେଙ୍କା, ପ୍ରବୀର ନାୟକ, କିର୍ତ୍ତନ ରାଉତ, ନିତ୍ୟାନନ୍ଦ ବେହେରା ପ୍ରମୁଖ ଯୋଗଦେଇଥିଲେ ।
