ତିହିଡି,୧୩/୦୫(ଯଦୁମଣି ପାଣିଗ୍ରାହୀ): ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ତାଳପଦା ପଞ୍ଚାୟତରେ ବିଜେଡିର କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଞ୍ଚାୟତର ବିଜେଡି ସଭାପତି ରମେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ପ୍ରାର୍ଥୀ ଡା.ସଞ୍ଜୟ ଦାସ ଯୋଗଦେଇ ନବୀନ ସରକାରଙ୍କର ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଉପସ୍ଥିତ କର୍ମୀଙ୍କୁ ସୂଚନା ଦେବା ସହିତ ଡାକ୍ତର ହୋଇ ରୋଗୀ ସେବା କରୁଥିଲି ଆଉ ଏବେ ରାଜନୀତିରେ ରହି ଜନସେବା କରିବି ବୋଲି ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବିକାଶର ଧାରାକୁ ଆଗେଇ ନେବାକୁ ହେଲେ ଉଭୟ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଓ ତାଙ୍କୁ ଭୋଟଦେଇ ଜୟଯୁକ୍ତ କରିବାକୁ ଡା. ଦାସ ସମସ୍ତଙ୍କୁ ନିବେଦନ କରିଥିଲେ । ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ବିଦୁ୍ୟତଲତା ନାୟକ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଚିନ୍ତାମଣି ଦାସ ଓ ପ୍ରଦୀପ ପଣ୍ଡା, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ମାନସ ପାଠୀ, ଧାମନଗରର ଯୁବ ସଭାପତି ସୁଧନ୍ୱା ନାୟକ, ସରପଞ୍ଚ ଜୟଶ୍ରୀ ବେହେରା, ପ୍ରମୋଦ ନାୟକ, କୃପାସିନ୍ଧୁ ଖୁଣ୍ଟିଆ, ନବଘନ ସାହୁ ପ୍ରମୁଖ ଯୋଗଦେଇ ଗତ ପାଞ୍ଚ ବର୍ଷରେ ପଞ୍ଚାୟତରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି ଓ ଆଗକୁ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିବା ସହିତ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଣୀକଲ୍ୟାଣ ମହାପାତ୍ର, ହରିଶ୍ଚନ୍ଦ୍ର ମିଶ୍ର, ପ୍ରଦୀପ ସାହୁ, କରୁଣାକର ତ୍ରିପାଠୀ, ଉପେନ୍ଦ୍ର ଜେନା, ମହିଳା ସଭାନେତ୍ରୀ ପ୍ରିୟଙ୍କା ଜେନା, ବାସନ୍ତୀ ଜେନା, ଦେବାଶିଷ ବେହେରା, ଅଜିତ ଦାସ, ନିର୍ମଳ ଦାସ, ବିଶ୍ୱରଞ୍ଜନ ମହାପାତ୍ର, ଆନନ୍ଦ ମହାଳିକ, ନୀଳକଣ୍ଠ ବେହେରା, ରାକେଶ ମହାପାତ୍ର ପ୍ରମୁଖ ପଞ୍ଚାୟତର ବହୁ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
