Odisha news

ଗାଁ ପୁଅକୁ ଆଶୀର୍ବାଦ କରିବାକୁ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତଙ୍କ ନିବେଦନ

0

ତିହିଡି,୧୨/୦୫(ଯଦୁମଣି ପାଣିଗ୍ରାହୀ): ବାସୁଦେବପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ମୁକୁଂଦପୁର ପଞ୍ଚାୟତରେ ବିଜେଡିର ଆଶୀର୍ବାଦ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମୁକୁନ୍ଦପୁର ପଞ୍ଚାୟତ ଅଫିସ ନିକଟରେ ଅନୁଷ୍ଠିତ ସଭାରେ ବିଜେଡି ନେତା ବସନ୍ତ କୁମାର ପତି ଅଧ୍ୟକ୍ଷତା କରିଥିଲେ । ଏଥିରେ ବିଜେଡିର ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ତାଙ୍କ ଜେଜେବାପା ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟ, ବାପା ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟ ଓ ତାଙ୍କ ପ୍ରତି ପଞ୍ଚାୟତବାସୀ ସର୍ବଦା ଭରସା ଓ ବିଶ୍ୱାସ କରି ଆସିଛନ୍ତି ବୋଲି କହିବା ସହ ତାଙ୍କ ବାପାଙ୍କ ଅମଳରେ ପଞ୍ଚାୟତରେ ଅନେକ ବିକାଶ ମୂଳକ କାର୍ଯ୍ୟ କରାଯାଇଛି ଓ ଆଗକୁ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଥିଲେ । ଚଳିତ ନିର୍ବାଚନରେ ପଞ୍ଚାୟତର ସମସ୍ତ ଭୋଟର ଭାଇ ଭଉଣୀ ଓ ମୂରବୀ ମାନେ ତାଙ୍କୁ ଆଶୀର୍ବାଦ କରିବେ ବୋଲି ଶ୍ରୀ ରାଉତରାୟ ଏହି ଅବସରରେ ସମସ୍ତଙ୍କୁ ନିବେଦନ କରିଥିଲେ । ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ନାୟକ ନିଜ ବକ୍ତବ୍ୟରେ କେବଳ ମୁକୁନ୍ଦପୁର ନୁହେଁ ବରଂ ତିହିଡି ଅଞ୍ଚଳର ସାମଗ୍ରୀକ ବିକାଶରେ ରାଉତରାୟ ପରିବାରଙ୍କ ଅବଦାନ ରହିଛି ବୋଲି କହିବା ସହ ଏଥର ବିଷ୍ଣୁବ୍ରତଙ୍କୁ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ସେହିପରି ଶ୍ରୀ ବିଧାୟକ ପ୍ରାର୍ଥୀ ଶ୍ରୀ ରାଉତରାୟଙ୍କ ପତ୍ନୀ ଋତୁପର୍ଣ୍ଣା ରାଉତରାୟ ନିଜ ବକ୍ତବ୍ୟରେ ତାଙ୍କ ଶ୍ୱଶୁର ସ୍ୱର୍ଗତ ବିଜୟଶ୍ରୀ ରାଉତରାୟ ଯେପରି ନିଜ ଜୀବନରେ ଲୋକଙ୍କ ସେବାକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଥିଲେ ଠିକ ସେମିତି ତାଙ୍କ ସ୍ୱାମୀ ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରି ଆଗକୁ ବଢିବେ ବୋଲି କହିବା ସହ ପଞ୍ଚାୟତବାସୀ ତାଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ । ଏହି ସଭାରେ ସ୍ୱର୍ଗତ ବିଜୟଶ୍ରୀଙ୍କ ଧର୍ମପତ୍ନୀ ଡା. ଜ୍ୟୋତି ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଯୁବନେତା କୁନା ମହାନ୍ତି, ଗଣେଶ ନାୟକ, ପ୍ରାକ୍ତନ ସରପଞ୍ଚ କୀର୍ତ୍ତନ ରାଉତ, କମଳାକାନ୍ତ ସ୍ୱାଇଁ, ଅଜୟ ବେହେରା, ରାଜୁ ରାଉତ, ପଦ୍ମଲୋଚନ ପତି, ସହଦେବ ଦଳେଇ, ପାପୁ ସାହୁ, ବାଦଲ ମହାଳିକ, ବିଭୂତିଭୂଷଣ ପାଟ, ହେମନ୍ତ ମହାନ୍ତି ପିଣ୍ଟୁ ପଣ୍ଡା ଓ ସର୍ବେଶ୍ୱର ପରିଡା ପ୍ରମୁଖ ବହୁ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

 

Ad2
Leave A Reply