Odisha news

ଯୁବଗୋଷ୍ଠୀଙ୍କ ସମର୍ଥନରେ ଆଗକୁ ବଢୁଛନ୍ତି ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣ

0

ତିହିଡି,୧୨/୦୫(ଯଦୁମଣି ପାଣିଗ୍ରାହୀ): ଚଳିତ ନିର୍ବାଚନରେ ବାସୁଦେବପୁର ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି ଯୁବଗୋଷ୍ଠୀଙ୍କ ସମର୍ଥନରେ ଆଗକୁ ଆଗକୁ ବଢୁଛନ୍ତି । ଏଠାରେ ବହୁ ବିଳମ୍ବରେ ବିଜେପି ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବେଳେ ଶ୍ରୀ ମହାନ୍ତି ତାଙ୍କ ପ୍ରଚାର କାର୍ଯ୍ୟକ୍ରମକୁ ଏବେ ଜୋରଦାର କରିଛନ୍ତି । ବାସୁଦେବପୁର ନିର୍ବାଚନମଣ୍ଡଳୀର ଯୁବଗୋଷ୍ଠୀଙ୍କୁ ସାଙ୍ଗରେ ଧରି ସେ ବିଭିନ୍ନ ପଞ୍ଚାୟତ ଗସ୍ତ କରିବା ସହ ଜନ ସମ୍ପର୍କ ବୃଦ୍ଧି କରିବାରେ ଲାଗି ପଡିଛନ୍ତି । ବିଶେଷକରି ତାଙ୍କ ଜନ୍ମସ୍ଥାନ ଭେଡା ଅଞ୍ଚଳରେ ଥିବା ପଞ୍ଚାୟତ ଗୁଡିକରେ ତାଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଥିବା ଜଣାଯାଇଛି । ଶ୍ରୀ ମହାନ୍ତି ଜଣେ ଭଲ ଯୁବ ସଙ୍ଗଠକ ଭାବରେ ବେଶ ଜଣାଶୁଣା । ଗତ ପ୍ରାୟ ଦୁଇ ବର୍ଷ ହେଲା ସେ ଏହି ନିର୍ବାଚନମଣ୍ଡଳୀର ୩୩ ପଞ୍ଚାୟତ ଓ ମୁ୍ୟନିସପାଲିଟର ୨୩ଟି ୱାର୍ଡ ସମେତ ଏହା ଅଧିନ ତିହିଡି ବ୍ଲକର ୯ ପଞ୍ଚାୟତରେ ସାଙ୍ଗଠନିକ କାର୍ଯ୍ୟ ଉଣାଅଧିକେ କରିଆସୁଥିଲେ । ଚଳିତ ନିର୍ବାଚନରେ ବିଜେପି ଭୋଟକୁ ସେ ଆହୁରି ବୃଦ୍ଧି କରିବା ଲକ୍ଷ୍ୟ ନେଇ ପ୍ରୟାସ ଜାରି ରଖିଛନ୍ତି । ତେବେ ପ୍ରଥମଥର ଲାଗି ସେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିବା କାରଣରୁ ଲୋକଙ୍କୁ କେତେମାତ୍ରାରେ ପ୍ରଭାବିତ କରିବାକୁ ସକ୍ଷମ ହେବେ ତାହା ସମୟ କହିବ । ଅନ୍ୟପକ୍ଷେ ଏଠାକାର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଏଠାରେ ପୁଣିଥରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ଏଠାରେ ବିଜେଡି ବେଶ ମଜବୁତ ଜନକ ସ୍ଥିତିରେ ରହିଥିବା ବେଳେ ଏଠାକାର ରାଜନୀତିରେ ତାଙ୍କ ପରିବାରର ମଧ୍ୟ ଏକ ସ୍ୱତନ୍ତ୍ର ପତିଆରା ରହିଛି ଆଉ ସେହି ଆଧାରର ସେ ବି ପୁଣିଥରେ ଏଠାରୁ ବିଜୟୀ ହେବାକୁ ପ୍ରୟାସ ଜାରି ରଖିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ବି ଦଳୀୟ ଭୋଟକୁ ଏକଜୁଟ କରି ନିଜ ଅକ୍ତିଆରରେ ରଖିଥିବା ବେଳେ ତିହିଡି ବ୍ଲକର ୯ ପଞ୍ଚାୟତରୁ ଅଧିକରୁ ଅଧିକ ଭୋଟ ହାତେଇ ନିର୍ବାଚନୀ ବୈତରଣୀ ପାରି ହେବାକୁ ଆଶା ବାନ୍ଧିଛନ୍ତି ।

Ad2
Leave A Reply