ତିହିଡି, ୧୧/୦୫(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ସାହାପୁର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ତଥା ବିଜେପି ନେତା ଶଶିକାନ୍ତ ବିଶ୍ୱାଳ ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି । ଶ୍ରୀ ବିଶ୍ୱାଳ ଜଣେ ଦକ୍ଷ ସଙ୍ଗଠକ ଭାବେ ପଞ୍ଚାୟତରେ ବେଶ ଜଣାଶୁଣା ଥିଲେ । ଗତ ୨୦୧୨ରୁ ୨୦୧୪ ଯାଏଁ ଶ୍ରୀ ବିଶ୍ୱାଳ ବିଜେପିର ଜିଲ୍ଲା କୋଷାଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ । ସେହିପରି ୨୦୧୪ରୁ ୨୦୧୯ ଯାଏଁ ସେ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଙ୍କେଶ୍ୱରୀ ମଣ୍ଡଳର ସଭାପତି ଦାୟିତ୍ୱକୁ ବେଶ ସଫଳତାର ସହ ନିର୍ବାହ କରିଥିଲେ । ତ ୨୦୧୯ ଠାରୁ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇ ଆସୁଥିଲେ । ଶ୍ରୀ ବିଶ୍ୱାଳ ବିଜେପିର ସଙ୍ଗଠନକୁ ସାହାପୁର ପଞ୍ଚାୟତରେ ବେଶ ମଜବୁତ ଜନକ ସ୍ଥିତିରେ ରଖିବାକୁ ସର୍ବଦା ପ୍ରୟାସ କରି ଆସୁଥିଲେ । ତେବେ ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରି ସେ ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି ।
