ତିହିଡି, ୧୧/୦୫(ଯଦୁମଣି ପାଣିଗ୍ରାହୀ): ଭଦ୍ରକ-ଧାମରା ରେଳପଥ ନନ୍ଦପୁର ନିକଟରେ ଜଣେ ବ୍ୟକ୍ତି ମୃତଦେହ ଉଦ୍ଧାର ହୋଇଛି । ମୃତକ କନ୍ଦପୁର ଗ୍ରାମର ହେମନ୍ତ ରାଉତ(୫୦) ବୋଲି ଜଣାଯାଇଛି । ପାରିବାରିକ କାରଣ ପାଇଁ ହେମନ୍ତ ଆତ୍ମହତ୍ୟା କରିଥିବା ବଡଭାଇ ଥାନାରେ ରିପୋର୍ଟ କରିଥିବା ବେଳେ ତାଙ୍କ ଝିଅ ମୃତୁ୍ୟର କାରଣ ଅସ୍ପଷ୍ଟ ବୋଲି କହିଛନ୍ତି । ତେବେ କେଉଁ କାରଣରୁ ତାଙ୍କର ମୃତୁ୍ୟ ହେଲା ତାହାର ସଠିକ୍ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ସୂଚନା ମୁତାବକ, ଗତକାଲି ରାତିରେ ଖାଇ ସାରିବା ପରେ ହେମନ୍ତ ଘରେ ଶୋଇଥିଲେ । ରାତି ପ୍ରାୟ ୩.୩୦ ବେଳେ ସେ ଘରେ ନଥିବା ଜଣା ପଡିଥିଲା । ବହୁ ଖୋଜାଖୋଜି କରିବା ପରେ ନିକଟସ୍ଥ ରେଳ ଧାରଣାରେ ତାଙ୍କର ଶବ ପଡିଥିବା ଦେଖିବାକୁ ମିଳିଥିଲା । ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ପରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ହେମନ୍ତଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
