Odisha news

କରୋନା ଲଢେଇ : ଗୁଣ୍ଡୁଚିମୂଷା ଭଳି ହାବିଲଦାର ରବିନ୍ଦ୍ରଙ୍କ ଅବଦାନ ବି କମ୍ ନୁହେଁ

0

ତିହିଡି,୧୫/୦୮ (ଯଦୁମଣି ପାଣିଗ୍ରାହୀ ) : ସଂପ୍ରତି ମହାମାରୀ କରୋନାକୁ ପ୍ରତିହତ କରିବା ଲାଗି ଚାଲିଥିବା ଲଢେଇରେ ଏପିଆର ହାବିଲଦାର ରବିନ୍ଦ୍ର କୁମାର ଜେନା ନିଜ ଦାୟିତ୍ୱକୁ ସୂଚାରୁରୂପେ ନିର୍ବାହକରି ଅନ୍ୟ ଲାଗି ଉଦାହରଣ ପାଲଟିଛନ୍ତି । କରୋନା ଲଢେଇରେ ଶ୍ରୀ ଜେନା ଗୁଣ୍ୁଚିମୂଷା ଭଳି ନିଜର କର୍ତ୍ତବ୍ୟକୁ ଅତ୍ୟନ୍ତ ନିଷ୍ଠା ଓ ଆନ୍ତରିକତାର ସହ ସଂପନ୍ନ କରି ଚାଲିଛନ୍ତି ।

ଭଦ୍ରକ ରିଜର୍ଭ ପୋଲିସରେ ହାବିଲଦାର ଥିବା ଶ୍ରୀ ଜେନା ଏବେ ତିହିଡିରେ କରୋନା ବିରୋଧୀ ଲଢେଇରେ ସାମିଲ ରହି ନିରନ୍ତର ଓ ନିରବଚ୍ଛିନ୍ନ ଭାବେ ନିଜ କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ଖରାବର୍ଷାକୁ ଖାତିର ନକରି ଶ୍ରୀ ଜେନା ରାସ୍ତାରେ ଯାଉଥିବା ଲୋକଙ୍କୁ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଉଥିବା ବେଳେ ବଜାରରେ ଯାନବାହନ ନିୟନ୍ତ୍ରଣ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ସେହିପରି ବଜାରରେ ଥିବା ବିଭିନ୍ନ ବ୍ୟାଙ୍କ ଆଗରେ ଶ୍ରୀ ଜେନା ଉପସ୍ଥିତ ରହି ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଉଛନ୍ତି । ଜଣେ ଅତ୍ୟନ୍ତ ଭଦ୍ର, ସରଳ ଓ ଅମାୟିକ ସ୍ୱଭାବର ପୋଲିସ କର୍ମଚାରୀ ଭାବେ ପରିଚିତ ଶ୍ରୀ ଜେନା ମାସ ମାସ ହେଲା ସରକାରଙ୍କ ଆହ୍ୱାନ କ୍ରମେ କରୋନା ବିରୋଧୀ ଲଢେଇରେ ନିଜକୁ ପୂର୍ଣ୍ଣ ପ୍ରାଣରେ ସମର୍ପିତ କରିଛନ୍ତି । ଲୋକେ ସରକାରୀ ନିୟମକୁ ମାନି ଚଳିଲେ କରୋନା ବିରୋଧୀ ଲଢେଇରେ ଆମେ ବିଜୟୀ ହେବା ବୋଲି ଶ୍ରୀ ଜେନା ମତପ୍ରକାଶ କରିଛନ୍ତି ।

IEC 2 years
Leave A Reply