Odisha news

ଯୁକ୍ତଦୁଇ ବିଜ୍ଞାନ ଫଳାଫଳ: ବ୍ଲକର ସର୍ବାଧିକ ନମ୍ବର ରଖିଲେ ପ୍ରଶାନ୍ତ

0

ତିହିଡି(ଯଦୁମଣି ପାଣିଗ୍ରାହୀ ) ୧୩/୦୮: ତିହିଡି ମହାବିଦ୍ୟାଳୟର ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ପ୍ରଶାନ୍ତ ମୁଦୁଲି ବ୍ଲକର ସର୍ବାଧିକ ନମ୍ବର ରଖିଥିବା ଜଣାଯାଇଛି । ପ୍ରଶାନ୍ତ ମୋଟ ୫୦୭ ନମ୍ବର ରଖିଥିବା ଜଣାଯାଇଛି । ପ୍ରଶାନ୍ତ ପୀରହାଟସ୍ଥିତ ହରସିଂପୁର ଗାଁର ନକୁଳ ମୁଦୁଲିଙ୍କ ପୁଅ ଅଟନ୍ତି । ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ତିହିଡି ମହାବିଦ୍ୟାଳୟର ମୋଟ୍ ୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୫ ଜଣ, ୨ୟ ଶ୍ରେଣୀରେ ୨୮ ଜଣ ଓ ୩ୟ ଶ୍ରେଣୀରେ ୧୭ ଜଣ ସଫଳତା ହାସଲ କରିଛନ୍ତି । ତିହିଡି ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ/ଅଧ୍ୟାପିକାଙ୍କ ଉଦ୍ୟମ ଯୋଗୁଁ ଆଜି ଏଭଳି ସଫଳତା ମିଳିଥିବା କୁହାଯାଉଛିି । ଏଥିନେଇ ପରି·ଳନା କମିଟିର ସଦସ୍ୟ ପ୍ରତାପ ରାଉତରାୟ, ପାର୍ଥସାରଥି ନାୟକ, ଭଗବାନ ପାଢୀ, ରଘୁନାଥ ପଣ୍ଡା ଓ ସୁରେନ୍ଦ୍ର କୁମାର ନାୟକ ପ୍ରମୁଖ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Nalco
Leave A Reply