Odisha news

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୭୫ ହଜାର ଟଙ୍କାର କରୋନା ସହାୟତା ପ୍ରଦାନ

0

ତିହିଡି,୦୮/୦୮ (ଯଦୁମଣି ପାଣିଗ୍ରାହୀ ) : ତିହିଡି ବ୍ଲକର ସିଡିପିଓ, କର୍ମଚାରୀ ଓ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୭୫ ହଜାର ଟଙ୍କାର କରୋନା ସହାୟତା ପ୍ରଦାନ କରାଯାଇଛି ।

ସିଡିପିଓ ଇନ୍ଦୁରେଖା ନାୟକ, ସୁପରଭାଇଜର ଉର୍ବଶୀ ମହାନ୍ତି ଓ ରୀତା ମାଝି ନିଜ ବିଭାଗର କର୍ମଚାରୀଙ୍କ ଠାରୁ ଅର୍ଥ ସଂଗ୍ରହ କରିଥିବା ବେଳେ ସଂଘର ସଭାନେତ୍ରୀ ନମିତା ବସନ୍ତରାୟ ଓ ସଂପାଦିକ ସୁଜାତା ଜେନା ବ୍ଲକରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀଙ୍କ ଠାରୁ ଅର୍ଥରାଶି ସଂଗ୍ରହ କରି ମିଳିତ ଅର୍ଥରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

କରୋନା ମୁକାବିଲା ଲାଗି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଙ୍ଗଠନ ଓ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରୁଥିବା ବେଳେ ତିହିଡି ବ୍ଲକର ସିଡିପିଓ, ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀ ସଂଘର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Nalco
Leave A Reply