ତିହିଡ଼ି, ୧୫.୦୧(ଯଦୁମଣି ପାଣିଗ୍ରାହୀ): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ଈଶ୍ୱରପୁର ଗ୍ରାମର ପ୍ରାୟ ୩୨୧ ବର୍ଷର ଧରି ପୂଜା ପାଇ ଆସୁଥିବା ମା’ ଦପାନାୟକାଣୀଙ୍କ ଅଲୌକିକ କାହାଣୀ ତା’ର ପ୍ରମାଣ ଦିଏ । ପୂର୍ବେ ମା’ଙ୍କ ପୂଜକ କୁମ୍ଭୀର ପିଠିରେ ବସି ପୂଜା କରିବାକୁ ଆସୁଥିବାର ତାଙ୍କ ଇତିହାସର ସ୍ପଷ୍ଟ ହୁଏ । ପୂୂର୍ବରୁ ଏକ ନଡା ଛପର ଘରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଥିଲା । ୧୯୯୯ ମସିହା ଜାନୁୟାରୀ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ତକôାଳୀନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକ ଦଧି ନୌତି ବସାଇ ମା’ଙ୍କ ମନ୍ଦିରର ଚୂଳି ମାରିଥିଲେ । ପ୍ରତିବର୍ଷ ପବିତ୍ର ମକରସଂକ୍ରାନ୍ତି ଦିନ ମା’ଙ୍କ ପୀଠରେ ଯାତ୍ରା ଲାଗିଥାଏ । ଏହି ଯାତ୍ରାରେ ଜିଲ୍ଲାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ୍ ହୋଇଥାଏ । ଏହି ଯାତ୍ରାରେ ମା’ଙ୍କ ପାଖରେ ମାନସିକ କରି ରଖାଯାଇଥିବା କୁକୁଡା ଭୋଗ ଲଗା ଯାଇଥାଏ । କୁକୁଡା ଗୁଡିକୁ କମିଟି ପକ୍ଷରୁ ନିଲାମ କରା ଯାଇଥାଏ । ଭକ୍ତମାନେ ବହୁ ମୂଲ୍ୟଦେଇ ଘରକୁ ନେଇଥାନ୍ତି । ଭକ୍ତମାନେ ମାନସିକ ରଖି ମାଟିରେ ତିଆରି ଘୋଡା ଓ କୁକୁଡାକୁ ମା’ଙ୍କ ଉଦେ୍ଦଶ୍ୟରେ ଅର୍ପଣ କରିଥାନ୍ତି । ଏତତ୍ ବ୍ୟତିତ ଏଠାରେ ନଡିଆ, ଗୁଡ, ଚୁଡା ଓ କ୍ଷୀର ଆଦି ଭୋଗ ହେବା ସହ ବାଲ୍ୟଭୋଗ ମଧ୍ୟ କରାଯାଇଥାଏ । ପତ୍ୟେକ୍ଷ ଠାକୁରାଣୀ ଭାବେ ପରିଚିତ ଏହି ପୀଠରେ ଥିବା ବହୁ ପୂରାତନ ତେନ୍ତୁଳି ଗଛ କୋରଡରେ ଶହଶହ ନାଗ ଶା ରହିଥିବା କଥା ମଧ୍ୟ ଜନରବ ରହିଛି । ଦୀର୍ଘ ବର୍ଷ ଧରି ମା’ ଦାନାୟାକାଣୀଙ୍କ ପୀଠ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା ବେଳେ ଗତ ବର୍ଷ ପର୍ଯ୍ୟଟନଙ୍କ ସୁବିଧା କେନ୍ଦ୍ର ସହିତ ଏକ କଲ୍ୟାଣ ମଣ୍ଡ ସ୍ଥାପିତ ହୋଇଛି । ମେଳାରେ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାଲାଗି ବିରଷ୍ଠ ଅସ୍ଥିସଲ୍ୟ ବିଶେଷଜ୍ଞ ତଥା ଆମ ଓଡିଶା ଆମ ନବୀନର ଜିଲ୍ଲା ସଂଯୋଜକ ଡାକ୍ତର ସଞ୍ଜୟ ଦାସଙ୍କ ନେତୃତ୍ୱରେ ୨ ଦିନିଆ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ଓ ଭୁବନେଶ୍ୱରରୁ ନାମୀଦାମି ଡାକ୍ତରମାନେ ଆସି ରୋଗୀ ସେବା କରିବା ସହିତ ଔଷଧ ପ୍ରଦାନ କରାଯାଇଛି । ସ୍ଥାନୀୟ ପୋଲିସ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇ ଥିବାବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପାନୀୟ ଜଳ ବିଭାଗ, ବିଦ୍ୟୁତ୍ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ଓ ଶ୍ରଦ୍ଧାଳୁମାନଙ୍କ ସହାୟତା ପାଇଁ ଈଶ୍ୱରପୁର ହାଇସ୍କୁଲର ସ୍କାଉଟ ଗାଇଡ ଛାତ୍ରଛାତ୍ରୀମାନେ ନିୟୋଜିତ ହୋଇଥିଲେ । ପୀରହାଟ ଥାନା ଅଧିକାରୀ ଶ୍ରୀକାନ୍ତ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ପଦକ୍ଷେପ ନିଆଯାଇଛି । ମା’ଙ୍କ ପୂଜା କମିଟିର ସଭାପତି ସୁଧାକର ଦାସ, ସଂପାଦକ ଦେବେନ୍ଦ୍ର ଦାସ, ସରପଞ୍ଚ ପବିତ୍ର ମୋହନ ମଳିକ, ଶିକ୍ଷାବିତ ଭୀମସେନ ବାରିକ, ଜୟପ୍ରକାଶ ମଳିକ, ପାର୍ଥସାରଥି ଦାସ, ଉପେନ୍ଦ୍ର ଦାସ, ଭୀମସେନ ମଳିକ, ନିରାକାର ମଳିକ, ଅରବିନ୍ଦ ଦାସ, ଅକ୍ଷୟ ମଳିକ, ମୂରଲିଧର ଦାସ, ଅକ୍ଷୟ ଦାସ ପ୍ରମୁଖ ମା’ଙ୍କ ପୂଜାରେ ସହଯୋଗ କରିଥିଲେ । ମା’ଙ୍କ ପୀଠରେ ଏହି ପର୍ବ ମକର ସଂକ୍ରାନ୍ତୀ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହି ୫ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି ।