ତିହିଡି,(ଯଦୁମଣି ପାଣିଗ୍ରାହୀ)୩୦/୦୩: ତିହିଡି ସିଆରଏସ୍ ହାଇସ୍କୁଲର ବାର୍ଷିକ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ସ୍କୁଲର ପ୍ରଧାନଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ନାରାୟଣ ଚନ୍ଦ୍ର ପୃଷ୍ଟି, ସମ୍ମାନୀତ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ଷେଣ୍ଢ, ସିଆରସିସି ବସନ୍ତ କୁମାର ବେହେରା, ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ କୃତ୍ତିବାସ ଜେନା, ସ୍କୁଲ ପରିଚାଳନା କମିଟି ସଭାପତି ସୁଧାଂଶୁ ଶେଖର ମାହୁନ୍ତ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢି ସ୍କୁଲର ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ‘ବନେ୍ଦ ଉକ୍ରଳ ଜନନୀ’ ସଙ୍ଗୀତ ପରିବେଷଣ କରିଥିଲେ । ସଙ୍ଗୀତ ପରିଚାଳନା କରିଥିଲେ ବଙ୍କିମ ନାୟକ, ନିମାଇ ଦାସ ଓ କ୍ଷୀରସିନ୍ଧୁ ପାଣିଗ୍ରାହୀ । ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣେଶ୍ୱରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କ୍ରୀଡା ଓ ସଙ୍ଗୀତ ପ୍ରତିଯୋଗିତା ସମେତ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶିକ୍ଷକ ରଶ୍ମୀରେଖା ସୂତାର, ହିମାନୀ ମଲ୍ଲିକ, ମୀନାକୁମାରୀ ତ୍ରିପାଠୀ, ଫିଲିପ ବେହେରା, ଶ୍ରୀକାନ୍ତ ପାତ୍ର, ଗାୟତ୍ରୀଲତା ସାହୁ, ବନଜ୍ୟୋତ୍ସ୍ନା ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।
