ତିହିଡି,୨୨/୦୩: ସିଆଇଟିୟୁ, ଓଡିଶା କୃଷକ ସଭା ଓ ଓଡିଶା କ୍ଷେତ୍ର ମଜଦୁର ୟୁନିୟନ ପକ୍ଷରୁ ଆସନ୍ତା ଏପ୍ରିଲ ୫ ତାରିଖ ଦିନ ଦିଲ୍ଲୀ ଚାଲୋ ଡାକରା ଦିଆଯାଇଛି । ଏହି ଅବସରରେ ଏପ୍ରିଲ ୫ ଦିଲ୍ଲୀ ଚାଲୋ ଅଭିଯାତ୍ରୀ ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ତିହିଡିରେ ଏକ ପଥପ୍ରାନ୍ତ ସଭା କରାଯାଇ ଏଭଳି ଆହ୍ୱାନ ଦିଆଯାଇଛି । ଶ୍ରମିକ ନେତା ବିଷ୍ଣୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସିଆଇଟିୟୁର ରାଜ୍ୟ ସଂପାଦକ ଉଲ୍ଲାସ ସ୍ୱାଇଁ, କୃଷକ ନେତା ନାରାୟଣ ଦାସ, ବିକାଶ ନାଥ, ଭାଗବତ ସେନାପତି, କୃଷ୍ଣଚନ୍ଦ୍ର ମଳିକ, ଶ୍ରମିକ ନେତା କାଳନ୍ଦୀ ପାତ୍ର, ବାମଦେବ ମିଶ୍ର, ମଳୟ କୁମାର ଭୋଇ, ତ୍ୟୋର୍ତିମୟ ମଳିକ, ବାବୁରାମ ମଳିକ, ସତ୍ୟବ୍ରତ କୁଣ୍ଡ, ପୀତାମ୍ବର ମଳିକ, ଦିଲ୍ଲୀପ ନାଥ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଶ୍ରମ ଆଇନକୁ ଲାଗୁ କରିବା ଓ ଶ୍ରମ କୋର୍ଡକୁ ବାତିଲ କରିବା, ସ୍କିମ ପ୍ରଥା ଉଚ୍ଛେଦ କରିବା, ଅଙ୍ଗନୱାଡି, ପାଚିକା ସହାୟିକା ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ସରକାରୀ ମାନ୍ୟତା ପ୍ରଦାନ, ଶ୍ରମିକ ମାନଙ୍କୁ ଦୈନିକ ୭ଶହ ଟଙ୍କା ମଜୁରୀ ଦେବା, କେରଳ ଭଳି ୧୪ଟି ଅତ୍ୟାବଶ୍ୟକ ସମାଗ୍ରୀ କଣ୍ଟ୍ରୋଲ ମାଧ୍ୟମରେ ଯୋଗାଇ ଦେବା, ଋଣ ଛାଡ କରିବା, ସ୍ୱାମୀନାଥନ କମିଟିର ନିଷ୍ପତ୍ତି ଅନୁଯାୟୀ ଧାନ କୁଇଣ୍ଟାଲ ପିଛା ୩ହଜାର ଟଙ୍କା ଲାଗୁ କରିବା. ବାର୍ଦ୍ଧକ୍ୟ ଓ ବିଧବ ଭତ୍ତା ମାସିକ ୩ ହଜା ଟଙ୍କାକୁ ବୃଦ୍ଧି କରିବା, ସମସ୍ତଙ୍କୁ ଶିକ୍ଷା ଓ ନିଯୁକ୍ତି ପ୍ରଦାନ କରିବା, ମନରେଗା ଯୋଜନାରେ ୨ଶହ ଦିନ କାମର ଗ୍ୟାରେଣ୍ଟି ଦେବା, ସ୍କିମ ୱାର୍କର ମାନଙ୍କୁ ମାସିକ ୨୬ ହଜାର ଟଙ୍କା ଦରମା ଦେବା ଆଦି ଦାବିରେ ଆସନ୍ତା ୫ ତାରିଖ ସାଂସଦ ଘେରାଓକୁ ସଫଳ କରିବାକୁ ଏହି ସଭାରେ ଆହ୍ୱାନ ଦିଆଯାଇଥିଲା ।
