ତିହିଡି, ୨୨.୦୩: ତିହିଡି ବ୍ଲକ ବାହାବଳପୁର ପଞ୍ଚାୟତ ଅଧିନ ଦୋହରାସାହି ସାଇ ମନ୍ଦିରରେ ରକ୍ତଦାନ ଶିବିର ତଥା “ଅମୃତବିନ୍ଦୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ୍ ୫୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି । ତିହିଡି ସତ୍ୟସାଇ ସମିତିର ପୂର୍ବତନ ଆବାହକ ପାର୍ଥସାରଥୀ ନାୟକ, ସଞ୍ଜୟ ମହାପାତ୍ର, ଭଦ୍ରକ ଜିଲ୍ଲା ରକ୍ତଦାନ ଶିବିରର ସଂଯୋଜକ ମନୋଜ ନାୟକ ଓ ଦୋହରାସାହି ସେବା ଗୃପର ଆବାହକ ନାୟାରଣ ନାୟକଙ୍କ ତତ୍ତ୍ୱାବଧାନରେ ଓ ଭଦ୍ରକ ବ୍ଲକ ବ୍ୟାଙ୍କ ତରଫରୁ ଡା. ଶରତ ଆ·ର୍ଯ୍ୟ, ରତିକାନ୍ତ ବଳ ଓ ଟେକ୍ନିସିନ୍ ପ୍ରମୁଖ ଉକ୍ତ ଶିବିର ପରି·ଳନା କରିଥିଲେ । ସୋହରାସାହି ସେବା ଗୃପର ଜଗବନ୍ଧ ମାଝୀ, ରାଧେଶ୍ୟାମ ବାରିକ, ପ୍ରଦୀପ ବାରିକ, ଶଶିକାନ୍ତ ବେହେରା, ବାସୁଦେବ ମାଝୀ, ଲକ୍ଷ୍ମୀଧର ବେହେରା, ଶରତ ବେହେରା, ଲିଟୁନ ବାରିକ, ପ୍ରହ୍ଲାଦ ବାରିକ, ଜୟରାମ ବାରିକ, ଚନ୍ଦନ ମାଝୀ, ଛବିରାଣୀ ବେହେରା, ମଳୟ ମାଝୀ, ଦିପୁନ ବେହେରା ଓ ସୁବାଶ ମାଝୀ ପ୍ରମୁଖ ରକ୍ତଦାନ କରିଥିଲେ ।
